oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ଶାଶୂ ଘର ଛାଡିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ୩୦ ସୁଦ୍ଧା ଘର ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୩୧ କୋଭିଡ୍ ପଜିଟିଭ୍
  • ||
  • ମୁମ୍ଵାଇ : ଠକେଇର ଶିକାର ହେଲେ ଅନ୍ନୁ କପୁର, KYC ଅପଡେଟ୍ ବାହାନାରେ ଲୁଟି ନେଲେ ୪.୩୬ ଲକ୍ଷ ଟଙ୍କା
  • ||
  • ଲମତାପୁଟ : ରାଜ୍ୟ ବାହାରକୁ ହେଉଥିଲା ଚାଲାଣ, ଚେକିଂ ବେଳେ କାର୍‌ରୁ ବାହାରିଲା ୧୦ଲକ୍ଷ ଟଙ୍କାର ଗଞ୍ଜେଇ
  • ||
  • ଭୁବନେଶ୍ୱର : ରାଜଧାନୀର ବିଭିନ୍ନ ବାର୍‌ରେ ରେଡ୍‌, କଟକଣା ପରେ ବି ମାନୁନଥିଲେ ମାଲିକ
  • ||
  • ଇଣ୍ଡୋନେସିଆ : ରକ୍ତ ରଞ୍ଜିତ ହେଲା ଖେଳ ପଡ଼ିଆ; ଫୁଟବଲ ମ୍ୟାଚ୍ ଚାଲିଥିବା ବେଳେ ଦଙ୍ଗା, ୧୨୭ ମୃତ, ଏକାଧିକ ଆହତ
  • ||

ଏତେ ଜଳଦି ସୁଧୁରିବନି ଚେନ୍ନାଇ ସ୍ଥିତି ! ପୁଣି ତାମିଲନାଡୁ ଏବଂ ଆନ୍ଧ୍ରରେ ଅତିପ୍ରବଳ ବର୍ଷା ଆଶଙ୍କା

8/11/2021 at 3:50 PM

ଚେନ୍ନାଇ ୦୮/୧୧: ବର୍ଷା ଜଳରେ ଉବୁଟୁବୁ ହେଉଥିବା ଚେନ୍ନାଇରେ ପୁଣି ଅତିପ୍ରବଳ ବର୍ଷା ହେବ ବୋଲି ଜଣାପଡ଼ିଛି। ସୋମବାର ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ତାମିଲନାଡୁ ଏବଂ ଆନ୍ଧ୍ରପ୍ରଦେଶର କିଛି ଅଞ୍ଚଳରେ ନଭେମ୍ବର ୧୦ ଏବଂ ୧୧ରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି। ଏଥିରେ ସଡ଼କ ଏବଂ ତଳିଆ ଅଞ୍ଚଳ ସବୁ ଜଳମଗ୍ନ ହୋଇପାରେ। ଏହା ସହ ଚେନ୍ନାଇର ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବା ପାଇଁ ପରାମର୍ଶ ଦିଆଯାଇଛି।

ପାଣିପାଗ ବିଭାଗ ଅନୁସାରେ, ଲଘୁଚାପ ଯୋଗୁଁ ସୋମବାର  ଓ ମଙ୍ଗଳବାର ଦିନ ତାମିଲନାଡ଼ୁରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ବେଳେ କିଛି ସ୍ଥାନରେ ନମ୍ଭେମ୍ବର ୧୦ ଏବଂ ୧୧ ତାରିଖରେ ଅତିପ୍ରବଳ ବର୍ଷା ହୋଇପାରେ। ଏହା ସହ ୬୦ କି.ମି ବେଗରେ ପବନ ମଧ୍ୟ ପ୍ରବାହିତ ହେବ। ଏହି ସମୟରେ ସମୁଦ୍ରକୁ ମତ୍ସଜୀବୀମାନଙ୍କୁ ନଯିବାକୁ କୁହାଯାଇଛି। କିଛି ସ୍ଥାନରେ ଭୂସ୍ଖଳନ, ସଡ଼କ ଧସିବାର ସମ୍ଭାବନା ଥିବା ମଧ୍ୟ କୁହାଯାଉଛି ।

ପ୍ରବଳ ବର୍ଷା ଯୋଗୁଁ କିଛି ନଦୀରେ ବନ୍ୟା ଆସିପାରେ। ଚେନ୍ନାଇ ଏବଂ ଆଖପାଖ ଅଞ୍ଚଳରେ ଶନିବାରଠୁ ଲାଗି ରହିଥିବା ବର୍ଷା ଯୋଗୁଁ ହାଲ ବେହାଲ ହୋଇପଡ଼ିଛି। ହଠାତ ଏମିତି ସ୍ଥିତି ଯୋଗୁ ସାଧାରଣ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଶନିବାର ରାତି ୧୦ ପରେ ହଠାତ ବର୍ଷା, ପବନ  ଆରମ୍ଭ ହୋଇଥିଲା। ରବିବାର ସକାଳ ୮.୩୦ ବେଳକୁ ୨୧.୫ ସେଣ୍ଟିମିଟର ବର୍ଷା ରେକର୍ଡ କରାଯାଇଥିଲା। ୨୦୧୫ ପ​‌ରେ ପ୍ରଥମ ଥର ଶନିବାର ରାତିରେ ଚେନ୍ନାଇରେ ପ୍ରବଳ ବର୍ଷା ହୋଇଛି। ଅଞ୍ଚଳରେ ବନ୍ୟା ସ୍ଥିତି ଉପୁଜିଥିବା ବେଳେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ପୁଣି ବର୍ଷା ହେବାର ସମ୍ଭାବନା ରହିଛି ।   

   Related Posts