ଧନୁଆ ନଦୀରେ ବନ୍ୟା, ବାଲିପାଟଣା ବ୍ଲକ୍ର ୫ଟି ପଞ୍ଚାୟତର ବିଭିନ୍ନ ଗାଁ ଜଳମଗ୍ନ
17/08/2022 at 10:24 AM

ବାଲିପାଟଣା ୧୭।୮: ଧନୁଆ ନଦୀରେ ବନ୍ୟା ଆସିବା ଯୋଗୁଁ ବାଲିପାଟଣା ବ୍ଲକ୍ର ୫ଟି ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମ ଜଳମଗ୍ନ ହୋଇଛି । ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ପମ୍ପାଲୋ ଗ୍ରାମ ପଞ୍ଚାୟତ ଦରଡା ଗ୍ରାମବାସୀ ଜଳବନ୍ଦୀ ଭାବେ ରହିଛନ୍ତି । ଲୋକଙ୍କ ଘରେ ବନ୍ୟାଜଳ ପ୍ରବେଶ କରିଛି । ସନ୍ଧ୍ୟା ହେଲେ ବିଷଧର ସାପମାନଙ୍କର ଭୟ ରହିଛି । ଚୁଲିରେ ପାଣି ପସିଯିବାରୁ ରୋଷେଇ କରିବାରେ ମହିଳାମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଗୋରୁ ଗାଈ ମାନେ ମଧ୍ୟ ଉପାସରେ ରହିଛନ୍ତି । ଏପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ ରିଲିଫ ବ୍ୟବସ୍ଥା କରିନଥିବାରୁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି ।
Related Posts
ଗାଁରେ ବୁଲୁଛି ଦନ୍ତା, ଭୟରେ ଗାଁଲୋକେ
6 February 2023
ହେପାଜତରେ ଅଭିଯୁକ୍ତ ମୃତ ! ରେଞ୍ଜରଙ୍କ ସମେତ ୭ ଥାନାରେ ଅଟକ
6 February 2023