ଭୟଙ୍କର ବନ୍ୟାରେ ଭାସୁଛି ଅଧା ଭାରତ : ମହାରାଷ୍ଟ୍ରରେ ସର୍ବାଧିକ ୨୪୫, କେରଳରେ ୧୫୫, ଓଡିଶାରେ ୧୦ ମୃତ ,୧୮ଲକ୍ଷ ଲୋକ ସ୍ଥାନାନ୍ତର

Published By : Prameya-News7 Bureau | August 18, 2019 IST

ମୁମ୍ବାଇ ୧୮/୮: ଭୟଙ୍କର ବନ୍ୟାରେ ଅଧା ଭାରତ ଘାଇଲା । ଏବେ ସୁଦ୍ଧା ଦେଶରେ ଏକହଜାର ୫୮ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଚଳିତ ବନ୍ୟା ଯୋଗୁ ମହାରାଷ୍ଟ୍ରରେ ସର୍ବାଧିକ ୨୪୫ଜଣ, କେରଳରେ ୧୫୫ଜଣ, ପଶ୍ଚିମବଙ୍ଗରେ ୧୫୪ଜଣ, ବିହାର ୧୩୦ଜଣ, ଗୁଜରାଟ ୧୦୭ଜଣ, ଆସାମ ୯୪ଜଣ, କର୍ଣ୍ଣାଟକ ୯୪, ମଧ୍ୟପ୍ରଦେଶ ୬୯ଜଣ ଏବଂ ଓଡିଶାରେ ୧୦ଜଣଙ୍କ ମୃତ୍ୟୁ ହୋଇଥିବା ଗୃହବିଭାଗ ସୂଚନା ଦେଇଛି ।

{"id":145590}

ଦେଶର ବିଭିନ୍ନ ରାଜ୍ୟରେ ପ୍ରବଳ ବର୍ଷା ଯୋଗୁ ସ୍ଥିତି ଗମ୍ଭୀର ହୋଇଛି । ଚଳିତ ବନ୍ୟାରେ ୧୮ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ୯ରାଜ୍ୟର ୧୫୨ ଜିଲ୍ଲାରେ ୭ହଜାର ୮୦୦ରିଲିଫ କ୍ୟାମ୍ପ ଖୋଲିଛି । ଉଦ୍ଧାର କାର୍ଯ୍ୟରେ ୧୦୧ଟି NDRF ଟିମ୍ ଏବଂ ସେନା, ଭାରତୀୟ ବାୟୁ ସେନା ଏବଂ ନୌସେନାର ୫୭ଟି ଦଳ ଉଦ୍ଧାରକାର୍ଯ୍ୟରେ ମୁତୟନ ହୋଇଛନ୍ତି । ଏହାସହ ଜଳବନ୍ଦୀ ବନ୍ୟା ବିପନ୍ନଙ୍କୁ ଉଦ୍ଧାର ପାଇଁ ୬ଟି ହେଲିକପ୍ଟର ନିୟୋଜିତ କରାଯାଇଛି।

{"id":145591}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.