vridhi excotica
star kirano
ori homes
vridhi excotica
star kirano
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟି ବନ୍ଦ କରି ବ୍ୟାଟିଂ କର, ପଡିଆରେ ଜନି ବେୟରଷ୍ଟୋଙ୍କ- ବିରାଟ କୋହଲି ମୁହାଁମୁହିଁ, ଭିଡିଓ ଭାଇରାଲ
  • ||
  • ମହାରାଷ୍ଟ୍ର ରାଜନୀତି : ଆଜି ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ ଏକନାଥ, ସେପଟେ ଅଡୁଆରେ ଠାକରେ ଗୋଷ୍ଠୀ
  • ||
  • ୨୪ ଘଣ୍ଟାରେ ଲଘୁଚାପ ବଳୟ, ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ରୋହିତ ଶର୍ମା ଫିଟ୍, ସୁସ୍ଥ ହେଲା ପରେ କରୁଛନ୍ତି ପ୍ରାକ୍ଟିସ୍
  • ||
  • ଖାଲି ଶତକ ନୁହେଁ, ବଡ ସ୍କୋର କରିବାରେ ମଧ୍ୟ ବିରାଟ ବିଫଳ : ଏଜବେଷ୍ଟନ୍ ଟେଷ୍ଟରେ ବି ଫ୍ଲପ୍ ରନ୍ ମେସିନ୍
  • ||

ଉତ୍ତର ଓଡ଼ିଶାରେ ଲାଗି ରହିଛି ବର୍ଷା: ବିଭିନ୍ନ ନଦୀର ଜଳସ୍ତର ବଢୁଛି, ବନ୍ୟା ଆଶଙ୍କା

19/08/2019 at 7:47 PM

ଭୁବନେଶ୍ବର୧୯|୮: ଉତ୍ତର ଓଡ଼ିଶାରେ ଲାଗି ରହିଛି ବର୍ଷା । ଫଳରେ ବିଭିନ୍ନ ନଦୀର ଜଳସ୍ତର ବଢୁଛି । ଜଳକା ନଦୀର ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ସେହିଭଳି ବ୍ରାହ୍ମଣୀ ଫୁଲିବ ଯୋଗୁଁ ରାଉରକେଲା ବାଲୁଘାଟରେ ପାଣି ପଶିଛି । ଫଳରେ ପାଣି ଘରରେ ୫୦ ପରିବାର ଅଛନ୍ତି । ଇବ୍‌ , ଶଙ୍ଖ, କୋଏଲ ଓ ବ୍ରାହ୍ମଣୀ ନଦୀର ଜଳପତ୍ତନ ବଢୁଛି । ଏବେ  ହୀରାକୁଦର ୧୪ଟି ଗେଟ୍‌ ଖୋଲା ରହିଥିବା ବେଳେ ମାଲକାନଗିରି ବାଲିମେଳା ଜଳ ଭଣ୍ଡାରର ଗୋଟିଏ ସୁଇସ୍‌ ଗେଟ୍‌ ଖୋଲା ଯାଇଛି।…

ଉତ୍ତର ଓଡ଼ିଶାରେ ବନ୍ୟା ଆଶଙ୍କା । ବଢିବାରେ ଲାଗିଛି ଉତ୍ତର ଓଡ଼ିଶାର ବିଭିନ୍ନ ନଦୀର ଜଳସ୍ତର । ମଥାନିଠାରେ ଜଳକା ନଦୀର ଜଳସ୍ତର ପାଖାପାଖି ଦେଢ ମିଟର ଉପରେ ପ୍ରବାହିତ ହେଉଛି । ଫଳରେ ରାସଗୋବିନ୍ଦପୁର, ମୋରଡା, ଶୁଳିଆପଦା, ଚିତ୍ରଡା ଅଞ୍ଚଳରେ ବନ୍ୟା ଜଳ ପ୍ରବେଶ କରିଛି । ବର୍ଷା ଲାଗି ରହିଲେ ନଦୀର ଜଳସ୍ତର ବଢ଼ିବା ସହ ବସ୍ତା ଓ ସଦର ବ୍ଲକ୍  ଅଧୀନ ୧୦ ପଞ୍ଚାୟତରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବ ବୋଲି ଅନୁମାନ କରାଯାଉଛି । ସେହିପରି ବିଭିନ୍ନ ସ୍ଥାନରେ ମାଟି ଅତଡ଼ା ଖସୁଥିବା ଯୋଗୁ ନଦୀକୂଳବାସୀଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି ।

ଦୁଇ ଦିନ ଧରି ଲଗାଣ ବର୍ଷା ଯୋଗଁ ବ୍ରାହ୍ମଣୀ ଫୁଲିବା ସହ ରାଉରକେଲା ବାଲୁଘାଟ ନୂଆବସ୍ତିରେ ପାଣି ପଶିବାରୁ ୫୦ ପରିବାର ପାଣି ଘେରରେ ଅଛନ୍ତି । ଇବ୍, ଶଙ୍ଖ, କୋଏଲ ଓ ବ୍ରାହ୍ମଣୀ ନଦୀର ଜଳପତ୍ତନ ବଢୁଛି । ପ୍ରବଳ ବର୍ଷାରେ ଶଙ୍ଖ ନଦୀରେ ବନ୍ୟାଜଳ ଆସିବାରୁ କୁଆରମୁଣ୍ଡା ବ୍ଲକ୍ କୁନ୍ ମେଣ୍ଡ୍ରା ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି । ହାତୀବାରୀ-ବେମତା ମାଇନ୍ସ ନାଳର ଆପ୍ରୋଚ୍ ରୋଡ ଧୋଇଯାଇ ବାରିବେଡା-ବେମତା ରାସ୍ତାରେ ଯୋଗଯୋଗ ବିଚ୍ଛିନ୍ନ ହୋଇଛି ।ଫଳରେ ଲୋକା ନାହିଁ ନଥିବାରୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।  

ସେପଟେ ଏବେ ହୀରୁକୁଦର ୧୪ ଟି ଗେଟ୍ ଖୋଲା ରହିଛି । ଜଳଭଣ୍ଡାର ମଧ୍ୟକୁ ସେକେଣ୍ଡରେ ୨ ଲକ୍ଷରୁ ଅଧିକ କ୍ୟୁସେକ୍ ଜଳ ପ୍ରବେଶ କରୁଛି । ଜଳଭଣ୍ଡାର ଜଳସ୍ତରକୁ ୬୧୯-୬୨୦ ଫୁଟ୍ ମଧ୍ୟରେ ସୀମିତ ରଖିବା ପାଇଁ ଗେଟ ଖୋଲାଯାଇଛି ।

ସେହିପରି ମାଲକାନଗିରି ବାଲିମେଳା ଜଳ ଭଣ୍ଡାରର ୪ ନମ୍ବର ସ୍ଲୁଇସ ଗେଟ୍ ଖୋଲାଯାଇଛି । ବର୍ତ୍ତମାନ ଜଳ ଭଣ୍ଡାରରୁ ପ୍ରତି ସେକେଣ୍ଡରେ ୬ହଜାର କ୍ୟୁସେକ୍‌ ଜଳ ନିଷ୍କାସନ ହେଉଛି । ବାଲିମେଳା ଜଳ ଭଣ୍ଡାରରେ ୧୫୧୪ ଫୁଟ ଜଳ ସଂରକ୍ଷଣ କରିବାର କ୍ଷମତା ରହିଥିବା ବେଳେ ଏବେ ୧୪୯୨  ଫୁଟ ଜଳ ରହିଛି । ହେଲେ ଆନ୍ଧ୍ର ପ୍ରଦେଶକୁ ପାଣିର ଆବଶ୍ୟକତା ଥିବାରୁ ଗୋଟିଏ ଗେଟ୍‌ ଖୋଲା ଯାଇଛି । …

   Related Posts