ଗଜପତିରେ ଖୋଲା ଆକାଶ ତଳେ ଏବେବି ବାତ୍ୟା ବିପନ୍ନ ୭୩ପରିବାର
15/10/2018 at 9:51 AM

ଗଜପତି ୧୫|୧୦: ତିତଲି ବାତ୍ୟା ଆଉ ତାପର ବନ୍ୟା ଛାରଖାର କରି ଦେଇଛି । ଅନେକ ପରିବାର ସବୁ କିଛି ହରାଇଛନ୍ତି । ଗଜପତି ଜିଲ୍ଳା ଆର.ଉଦୟଗିରି ବ୍ଳକ ରାମଗିରି ଓ ରଣ୍ଡିବା ପଂଚାୟତରେ ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା କହିଲେ ନସରେ । ରାମଗିରି ପଞ୍ଚାୟତର ଟିଆର କଲୋନୀରେ ରହୁଥିବା ପ୍ରାୟ ୭୩ଟି ପରିବାର ଖୋଲା ଆକାଶ ତଳେ ପଡିଛନ୍ତି । ଘରର ଟିଣ ଛପର ଉଡି ଯାଇଛି । ରଣ୍ଡିବା ପଞ୍ଚାୟତର ଡମ୍ବା ଗାଁରେ ମଧ୍ୟ ସମାନ ଅବସ୍ଥା । ଏବେ ବି ପ୍ରଶାସନ ବାତ୍ୟା ପୀଡିତଙ୍କ ପାଖରେ ପହଞ୍ଚିନି କି ପଲିଥିନ୍ ଖଣ୍ଡିଏ ମିଳିନି । ଘର ଭାଙ୍ଗି ଯିବା ଯୋଗୁଁ ମୁଣ୍ଡ ଗୁଞ୍ଜିବାର ରାହା ନାହିଁ ଏଣେ ବର୍ଷକର ଅମଳ ହୋଇଥିବା ଧାନ ମଧ୍ୟ ପାଣିରେ ଭିଜି ଯାଇଛି । ଫଳରେ ଭୋକ ଉପାସରେ ପଡିଛନ୍ତି ବନ୍ୟା ବିପନ୍ନ ।
Related Posts
ଡାକ୍ତରଙ୍କ ଶତ ଚେଷ୍ଟା ବିଫଳ , ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପରଲୋକ
29 January 2023