ତିତଲି ପ୍ରଭାବରେ କ୍ଷତିଗ୍ରସ୍ତ ପାରଳାଖେମୁଣ୍ଡି ସହର ଏବେବି ହୋଇ ପାରିନି ସ୍ବାଭାବିକ ; ପ୍ରତିବାଦରେ ସ୍ଥାନୀୟଲୋକଙ୍କ ରାସ୍ତା ଅବରୋଧ

Published By : Prameya-News7 Bureau | October 15, 2018 IST

ଗଜପତି ୧୫|୧୦: ତିତଲି ପ୍ରଭାବରେ କ୍ଷତିଗ୍ରସ୍ତ ପାରଳାଖେମୁଣ୍ଡି ସହର ଏବେବି ସ୍ବାଭାବିକ ହୋଇ ପାରିନି । ପାନୀୟ ଜଳ ଓ ବିଦ୍ୟୁତ୍ ସରବରାହ ବନ୍ଦ ଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଗତ ୫ ଦିନ ହେଲା ଅନ୍ଧାରରେ ଅଛନ୍ତି ପାରଳାଖେମୁଣ୍ଡିର ୧ ନମ୍ବର ୱାର୍ଡ ବାସିନ୍ଦା । ପ୍ରତିବାଦରେ ଆଜି ସେମାନେ ରାସ୍ତାକୁ ଓହ୍ଲାଇଛନ୍ତି । ପାରଳାଖେମୁଣ୍ଡି କୋର୍ଟ ଛକ ନିକଟରେ ଟାୟାର ଜାଳି ରାସ୍ତା ଉପରେ ବସି ରହିଛନ୍ତି ଶତାଧିକ ମହିଳା ଓ ପୁରୁଷ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.