‘ତିତଲି’ ବାତ୍ୟା ଏବଂ ବନ୍ୟାରେ କ୍ଷୟକ୍ଷତି ନେଇ ଗଞ୍ଜାମ ଜିଲ୍ଲାରେ ସ୍ଥିତି ପରଖିଛି ନ୍ୟୁଜ ସେଭେନ୍
16/10/2018 at 11:09 AM

ଗଞ୍ଜାମ ୧୬|୧୦: ତିତଲି ବାତ୍ୟା ଏବଂ ତାପର ବନ୍ୟାରେ ଗଞ୍ଜାମ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ବାତ୍ୟା ପ୍ରଭାବିତ ଇଲାକାରେ ସ୍ଥିତି ପରଖିଛି ନ୍ୟୁଜ ସେଭେନ୍ । ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକର ତିତଲି ଓ ପରବର୍ତ୍ତୀ ବନ୍ୟା ସ୍ଥିତି ସ୍ଥାନୀୟ ଲୋକଙ୍କ ମେରୁଦଣ୍ଡ ଦୋହଲାଇ ଦେଇଛି । ଲୋକେ ଚାଉଳ ମୁଠାଏ ପାଇଁ ପ୍ରାୟ ୧୦କିଲୋମିଟର ଦୁର୍ଗମ ପଥ ଦେଇ ଯିବାକୁ ବାଧ୍ୟ ହେଉଛନ୍ତି । ଚାଷ ଜମିରେ ପାଣି ଠିଆ ହୋଇଛି ସେଣେ ଘରଦ୍ବାର ଭାଙ୍ଗି ମାଟିରେ ମିଶି ଯାଇଛି । ଚରମ ଦୁର୍ଦ୍ଦଶାରେ ଅଛନ୍ତି ଲୋକ । ଦୁର୍ଗମ ଅଞ୍ଚଳର ଗୋଟିଏ ପରେ ଗୋଟିଏ ଗାଆଁକୁ ନ୍ୟୁଜ୍ ସେଭେନ୍ ଟିମ୍ ଯାଇଥିଲା । ବାଟରେ ଅନେକ ଦୁର୍ଗମ ପଥ ଦେଇ ମଧ୍ୟ ଯାଇଥିଲା ଆମ ଟିମ୍ । ସ୍ଥାନୀୟ ପ୍ରଶାସନ କି ଜିଲ୍ଲା ପ୍ରଶାସନର ଅଧିକାରୀ କେହିବି ସେମାନଙ୍କ ପାଖରେ ପହଞ୍ଚି ନଥିବା ଲୋକ ଅଭିଯୋଗ କରିଛନ୍ତି ।