ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠମଲ୍ଲିକ: ଦନ୍ତା ହାତୀର ମୃତଦେହ ଠାବ, ଶରୀରରେ ରହିଛି ଅନେକ କ୍ଷତଚିହ୍ନ
  • ||
  • ସମ୍ୱଲପୁର: ଜଳିଗଲା ଘରୋଇ ବସ୍ ନାଗରାଜ୍, ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର
  • ||
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

ପାଣିରେ ଭାସୁଛି ଟଙ୍କା: ଶ୍ରୀନଗରରେ ଆକର୍ଷଣର କେନ୍ଦ୍ର ପାଲଟିଛି ଡାଲ୍‌ ହ୍ରଦର ‘ଫ୍ଲୋଟିଂ ଏଟିଏମ୍‌’

20/08/2021 at 6:40 PM

ନୂଆଦିଲ୍ଲୀ ୨୦/୦୮: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ) ଶ୍ରୀନଗରର ବାଦିନ୍ଦା ଏବଂ ପର୍ଯ୍ୟଟକଙ୍କ ସୁବିଧା ପାଇଁ ଡାଲ ହ୍ରଦରେ ଏକ ଭାସମାନ ଏଟିଏମ୍‌ର ଶୁଭାରମ୍ଭ କରିଛି। ଏହି ଏଟିଏମ୍‌କୁ ଏକ ହାଉସ୍‌ ବୋଟ୍‌ ଉପରେ ରଖାଯାଇଛି । ଏହି ଫ୍ଲୋଟିଂ ଏଟିଏମ୍‌ର ଉଦଘାଟନ କରିଛନ୍ତି ଏସବିଆଇର ନିର୍ଦେଶକ ଦିନେଶ ଖରେ। ଏହା ଦ୍ବାରା ସ୍ଥାନୀୟ ଲୋକ,ବେପାରୀ ଏବଂ ପର୍ଯ୍ୟଟକଙ୍କୁ ସାହାଯ୍ୟ ମିଳିପାରିବ।

ଡାଲ୍‌ ହ୍ରଦରେ ଫ୍ଲୋଟିଂ ଏଟିଏମ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି। ଏନେଇ ଏସବିଆଇ ପକ୍ଷରୁ ଟ୍ବିଟ୍‌ କରି ସୂଚନା ଦିଆଯାଇଛି । ଏସବିଆଇ ପକ୍ଷରୁ ହୋଇଥିବା ଟ୍ବିଟ୍‌ରେ ଲେଖାଯାଇଛି, ‘ସ୍ଥାନୀୟ ଲୋକ ଏବଂ ପର୍ଯ୍ୟଟକଙ୍କ ସୁବିଧା ପାଇଁ ଶ୍ରୀନଗରର ଡାଲ୍‌ ହ୍ରଦରେ ଗୋଟିଏ ଡଙ୍ଗା ଉପରେ ଏଟିଏମ୍‌ ଖୋଲାଯାଇଛି । ଏହାର ଉଦଘାଟନ୍‌ ଏସବିଆଇ ନିର୍ଦେଶକ ୧୬ ଅଗଷ୍ଟରେ କରିଛନ୍ତି। ଦୀର୍ଘ ଦିନରୁ ଥିବା ଆବଶ୍ୟକତାକୁ ପୂରା କରିବ ଡାଲ୍‌ ହ୍ରଦର ଏହି ଫ୍ଲୋଟିଂ ଏଟିଏମ।’

ଏହା ପୂର୍ବରୁ ୨୦୦୪ରେ ଏସବିଆଇ କେରଳରେ ପ୍ଲୋଟିଂ ଏଟିଏମ୍‌ର ଶୁଭାରମ୍ଭ କରିଥିଲା।  ଏହି ଏଟିଏମ୍‌କୁ ଇନଲ୍ୟାଣ୍ଡ ନେଭିଗେସନ୍‌ କର୍ପୋରେସନ୍‌ର ଝଙ୍କାର ୟାଟ୍‌ରେ ଖୋଲାଯାଇଥିଲା।   

   Related Posts