ଗୁଣାତ୍ମକ ଶିକ୍ଷା ନେଇ କ୍ଲଷ୍ଟର ସ୍ତରୀୟ ଏଫ୍‌ଏଲ୍ଏନ କାର୍ଯ୍ୟକ୍ରମ ଅନୁଷ୍ଠିତ

Published By : Prameya-News7 Bureau | April 20, 2022 IST

କଣ୍ଟାବାଞ୍ଜି, ୨୦/୦୪:  କେନ୍ଦ୍ର ସରକାରଙ୍କ ନୂତନ ଶିକ୍ଷା ନୀତିରେ ପ୍ରଥମରୁ ତୃତୀୟ ଶ୍ରେଣୀର ପିଲାଙ୍କୁ ମିଳିବ ଉତ୍ତମ ଶିକ୍ଷା । ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଏଭଳି ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ଚାଳିଛି ପ୍ରୟାସ । ଏହି ପରିପ୍ରେକ୍ଷୀରେ  କଣ୍ଟାବାଞ୍ଜି ଏନଏସି କ୍ଲଷ୍ଟର ସ୍ତରୀୟ ଏକ ଓରିଏନଟେସନ୍ କାର୍ଯ୍ୟକ୍ରମ ସ୍ଥାନୀୟ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା । ଏନଏସି ଅଧ୍ୟକ୍ଷ ବରିୟାମ ସିଂ ସାଲୁଜା, ତହସିଲଦାର ସମୀର ବେହେରାଙ୍କ ସହ କାଉନସିଲର ଗୌତମ ବେହେରା, ଲଳିତ ଅଗ୍ରୱାଲ, ଗୁପ୍ତେଶ୍ଵର ତରିଆ, ଅଶୋକ ଅଗ୍ରୱାଲ , ସ୍କୁଲ ପରିଚାଳନା କମିଟି ସଦସ୍ୟ ଏବଂ ବିଭିନ୍ନ ବିଦ୍ୟାଳୟର ଶିକ୍ଷକମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପିଲାଙ୍କୁ କେମିତି ଉତ୍ତମ ଶିକ୍ଷା ଏହି ଏଫ୍‌ଏଲଏନ ମାଧ୍ୟମରେ ପ୍ରଦାନ କରାଯିବ ସେ ନେଇ ଏକ ଆଲୋଚନା ଏବଂ ବୈଠକ ଅନୁଷ୍ଠିତ ହୋଇଥିଲା ।

ପିଲାମାନେ ତୃତୀୟ ଶ୍ରେଣୀ ପାସ୍ କଲା ମାତ୍ରେ ଗଣିତ ହେଉ କିମ୍ବା ଭାଷାର କିପରି ପରିଚୟ ପାଇବେ ସେନେଇ ପ୍ରୟାସ ହେବ । ସମଗ୍ର ଶିକ୍ଷା ଅଭିଯାନ ମାଧ୍ୟମରେ ଏଭଳି କାର୍ଯ୍ୟକ୍ରମ କରାଯାଉଥିବା ବେଳେ ନିଶ୍ଚିତ ଭାବେ ଛାତ୍ର ଛାତ୍ରୀ ଖେଳ ଖେଳରେ ଶିକ୍ଷା, ଗୁଣାତ୍ମକ ଶିକ୍ଷା ପାଇଁ ଏହା ଉପଯୋଗୀ ବୋଲି ମୁଖ୍ୟ ଅତିଥିଙ୍କ ସମେତ ସିଆରସିସି ଦିନେଶ ମହାନନ୍ଦ କହିଥିଲେ । କୁନି କୁନି ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଗଣନ ଏବଂ ଅକ୍ଷର ଚୟନ ଉପରେ ବିଭିନ୍ନ ପ୍ରକଳ୍ପ ତିଆରି କରାଯାଇଥିଲା । ଯାହା ଅତିଥିଗଣ ଦେଖି ଖୁସିବ୍ୟକ୍ତ କରିବା ସହ ଛାତ୍ରଛାତ୍ରୀ ମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.