ଏହି ଦିନ ଆରମ୍ଭ ହେବାକୁ ଯାଉଛି flipkart ର ଦଶହରା ସେଲ୍,କେତେକ ସାମଗ୍ରୀ ଉପରେ ମିଳିବ ୮୦% ପର୍ଯ୍ୟନ୍ତ ରିହାତି

Published By : Prameya-News7 Bureau | October 02, 2022 IST

ନୂଆଦିଲ୍ଲୀ ୨।୧୦:  ଫ୍ଲିପକାର୍ଟ ଦଶହରା ସେଲ୍ ୨୦୨୨ ଘୋଷଣା ହୋଇଛି। କମ୍ପାନୀର ଏହା ସବୁଠୁ ବଡ଼ ଫେଷ୍ଟିଭ ସେଲ୍। ଯାହାର ଆରମ୍ଭ ଏହି ସପ୍ତାହରେ ହେବାକୁ ଯାଉଛି। ଯଦି ଆପଣ ଫ୍ଲିପକାର୍ଟ ବିଗବିଲିୟନ ଡେ ସେଲ୍ ମିସ୍ କରିଛନ୍ତି ଏହି ସେଲ୍ ଆପଣଙ୍କ ଲାଗି ସୁଯୋଗ ସୃଷ୍ଚି କରିଛି। ଫ୍ଲିପକାର୍ଟ ବିଗ୍ ଦଶହରା ସେଲ୍ ଅକ୍ଟୋବର ୫ ତାରିଖରୁ ଆରମ୍ଭ ହେବ ଯାହା ଅକ୍ଟୋବର ୮ ପର୍ଯ୍ୟନ୍ତ ଚାଲିବ।

ଏହି ସେଲ୍‌ରେ ଆପଣଙ୍କୁ କେତେକ ପ୍ରଡକ୍ଟ ଉପରେ ବମ୍ପର ଡିସ୍କାଉଣ୍ଟ ବ୍ୟତୀତ ବ୍ୟାଙ୍କ ଅଫର ଓ ଏକ୍ସଚେଞ୍ଜ ଅଫର ମଧ୍ୟ ମିଳିବ। ସେଲ୍ କାଳରେ ଏଚଡିଏଫସି ବ୍ୟାଙ୍କ କାର୍ଡ ୟୁଜରଙ୍କୁ ଡିସ୍କାଉଣ୍ଟ ଦିଆଯିବ। ଏଥିରେ ୟୁଜରଙ୍କୁ ଇଜି ଇଏମଆଇ ଅଫର ମଧ୍ୟ ଦିଆଯିବ। ୫ ଅକ୍ଟୋବରରୁ ଆରମ୍ଭ ହେବାକୁ ଥିବା ବିଗ୍ ଦଶହରା ସେଲ୍ ଫ୍ଲିପକାର୍ଟ ପ୍ଲସ୍ ମେମ୍ବରଙ୍କ ଲାଗି ୪ ଅକ୍ଟୋବରରୁ ଆରମ୍ଭ ହେବ। ସେଲ୍ କାଳରେ ମିଳିବାକୁ ଥିବା କେତେକ ଡିଲସର କମ୍ପାନୀ ଟିଜ୍ ମଧ୍ୟ କରୁଛି।

{"id":691008,"width":838,"height":629,"sizeSlug":"full","linkDestination":"none"}

ସେଲ୍ କାଳରେ ବେଷ୍ଟ ସେଲିଂ ମୋବାଇଲ ଫୋନସ୍‌ରେ ଭାରି ଡିସ୍କାଉଣ୍ଟ ମିଳିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ସେହିପରି ଇଲେକ୍ଟ୍ରୋନିକ ଆଇଟମ ଉପରେ ୮୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳିବ। ଟିଭି ଓ ହୋମ ଆପ୍ଲାଏନ୍ସ ଉପରେ ୭୫ ପ୍ରତିଶତ ପର୍ଯ୍ୟନ୍ତ ଡିସ୍କାଉଣ୍ଟ ଦିଆଯିବ। କୁହାଯାଉଛି ଦଶହରା ସେଲ କାଳରେ ବଣ୍ଡଲ ପେମେଣ୍ଟ ଓ ଏକ୍ସଚେଞ୍ଜ ଅଫର ମଧ୍ୟ ଦିଆଯିବ।

ସ୍ମାର୍ଟ ଫୋନରେ ରିୟଲମି, ପୋକୋ, ସାମସଙ୍ଗ, ଓପୋ,ଭିଭୋ, ଆପଲ ଓ ସାଓମୀ ଭଳି ବ୍ରାଣ୍ଡ ଉପରେ ବହୁତ ରିହାତି ମିଳିବ। ଯଦି ଫ୍ଲିପକାର୍ଟ ବାୟ ନାଓ ପେ ଲେଟରରେ ପେମେଣ୍ଟ କରୁଛନ୍ତି  ତେବେ ୫୦୦ ଟଙ୍କାର ଗିଫ୍ଟ ଭାଉଚର ମିଳିବ। ଏହା ଛଡା ସେଲରେ ୟୁଜର ୧୯୯ ଟଙ୍କାର ପ୍ରାରମ୍ଭିକ ଦରରେ ମୋବାଇଲ ପ୍ରୋଟେକ୍ସନ ପ୍ଲାନ ମଧ୍ୟ ନେଇପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.