ଝାରସୁଗୁଡା୨୧/୮: ଆସନ୍ତା ଅକ୍ଟୋବର ୨୫ ତାରିଖ ପରେ ଝାରସୁଗୁଡାରେ ମିଳିବ ସିଧାସଳଖ ବିମାନ ସେବା। ଝାରସୁଗୁଡାରୁ ମୁମ୍ବାଇ ଓ ବାଙ୍ଗାଲୋରକୁ ସିଧାସଳଖ ଉଡାଣ କରିବ ବିମାନ। ପଶ୍ଚିମ ଓଡିଶା ମଧ୍ୟରେ ସିଧାସଳଖ ବିମାନ ଯୋଗାଯୋଗ ହେଲେ ଅଞ୍ଚଳବାସୀ ଅଧିକ ଲାଭବାନ ହେବେ ବୋଲି ଝାରସୁଗୁଡା ବିମାନ ବନ୍ଦର ନିର୍ଦ୍ଦେଶକ କିଶୋର ସେନାପତି ସୂଚନା ଦେଇଛନ୍ତି।
ସ୍ପାଇସଜେଟ ଓ ଆଲାଇନ୍ସ ଏୟାର ବିମାନ ସେବା ପ୍ରଦାନକାରୀ ସଂସ୍ଥା ଦିଲ୍ଲୀ, କୋଲକତା, ଭୁବନେଶ୍ୱର, ରାୟପୁର, ହାଇଦ୍ରାବାଦ ଯାତ୍ରୀଙ୍କୁ ବିମାନ ଯାତ୍ରା ଯୋଗାଇ ଆସୁଛନ୍ତି। କେବଳ ସ୍ପାଇଜେଟ ବିମାନ ସେବା ପ୍ରଦାନକାରୀ ସଂସ୍ଥା ମୁମ୍ବାଇ ଓ ବାଙ୍ଗାଲୋରକୁ ପ୍ରଥମ କରି ବିମାନ ସେବା ଆରମ୍ଭ କରିବ ।
ପୂର୍ବରୁ ଝାରସୁଗୁଡାରୁ ମୁମ୍ବାଇ ଓ ବାଙ୍ଗାଲୋର ଯିବାକୁ ଲୋକେ ନାହିଁ ନଥିବାର ଅସୁବିଧା ସମ୍ମୁଖୀନ ହେଉଥିଲେ। । ଝାରସୁଗୁଡ଼ାରୁ ଉଡାଣ ଯୋଜନାରେ ଦେଶର ପ୍ରମୁଖ ପାଞ୍ଚୋଟି ସହରକୁ ସିଧା ବିମାନ ସେବା ସଫଳ ହୋଇଛି । ଝାରସୁଗୁଡ଼ାରୁ ମୁମ୍ବାଇ ଓ ବାଙ୍ଗାଲୋର ମଧ୍ୟରେ ବିମାନ ସେବା ଆରମ୍ଭ ହେଲେ କେନ୍ଦ୍ର ସରକାରଙ୍କର ଉଡାଣ ଯୋଜନା ସାଧାରଣ ଲୋକଙ୍କ ସ୍ୱପ୍ନ ଓ ଆକାଂକ୍ଷାକୁ ପୂରଣ କରିବ । ଦୀର୍ଘଦିନରୁ ମୁମ୍ବାଇ ଓ ବାଙ୍ଗାଲୁରୁକୁ ବିମାନ ସେବା ପାଇଁ ଦାବି ହୋଇ ଆସୁଥିଲା। ପ୍ରକାଶ ପାଇଛି।