ଝାରସୁଗୁଡାରୁ ଭୁବନେଶ୍ବରକୁ ୩ମାସ ବନ୍ଦ ରହିବ ବିମାନ ଚଳାଚଳ

Published By : Prameya-News7 Bureau | March 13, 2020 IST

ଝାରସୁଗୁଡା ୧୩।୩: ଝାରସୁଗୁଡାରୁ ଭୁବନେଶ୍ବରକୁ ବିମାନ ଚଳାଚଳ ବନ୍ଦ । ଆସନ୍ତା ମାର୍ଚ୍ଚ ୨୯ ତାରିଖରୁ ୩ ମାସ ଯାଏଁ ଝାରସୁଗୁଡାରୁ ଭୁବନେଶ୍ବରକୁ ବିମାନ ଚଳାଚଳ ବନ୍ଦ ରହିବ ।

ଏଲାଇନ୍ସ ଏୟାର ପକ୍ଷରୁ ଝାରସୁଗୁଡା-ଭୁବନେଶ୍ବର-ବାରଣାସୀ-ଭୁବନେଶ୍ବର-ଝାରସୁଗୁଡା ପାଇଁ ବିମାନ ସେବା ୨୯ ମାର୍ଚ୍ଚରୁ ୩୦ ଜୁନ୍ ପର୍ଯ୍ୟନ୍ତ ବନ୍ଦ ରହିବ ।

ଭୁବନେଶ୍ବର ବିମାନବନ୍ଦରର ରନ୍ ଓ୍ବେ ମରାମତି କାର୍ଯ୍ୟ ପାଇଁ ଭୁବନେଶ୍ବରକୁ ବିମାନ ଉଡାଣକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ଫଳରେ ଭୁବନେଶ୍ବରକୁ ଯାତାୟତ କରୁଥିବା ଯାତ୍ରୀମାନେ ନିରାଶ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.