ଝାରସୁଗୁଡାରୁ ୬ଟି ସହରକୁ ଉଡିବ ବିମାନ: ରାଜ୍ୟର ବିମାନବନ୍ଦର ପାଇଁ ଖର୍ଚ୍ଚ ହେବ ୧୨୦୦ କୋଟି ଟଙ୍କା

Published By : Prameya-News7 Bureau | January 25, 2019 IST

ଦିଲ୍ଲୀ ୨୫/୧ : ଓଡିଶାର ଦ୍ୱିତୀୟ ବିମାନବନ୍ଦର ଝାରସୁଗୁଡାରୁ ୬ଟି ସହରକୁ ବିମାନ ଉଡାଣ ଆରମ୍ଭ ହେବା ବୋଲି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଦିଲ୍ଲୀ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି | ଓଡିଶାରେ ବିମାନବନ୍ଦର ଓ ବିମାନ ସେବାର ଉନ୍ନତିକରଣ ପାଇଁ ପାଖାପାଖି ୧୨୦୦ କୋଟି ଟଙ୍କା ମଂଜୁର ହୋଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି | ସେହିଭଳି ଭୁବନେଶ୍ୱରରୁ ବାରଣାସୀ, ରାଉରକେଲା, କଲେଇକୁଣ୍ଡା ମଧ୍ୟରେ ମଧ୍ୟ ବିମାନ ସେବା ଆରମ୍ଭ ହେବ ବୋଲି ସୂଚନା ଦେବା ସହ ଝାରସୁଗୁଡାରୁ ଭୁବନେଶ୍ୱର, କୋଲକାତା, ମୁମ୍ବାଇ, ରାୟପୁର, ହାଇଦ୍ରାବାଦ ଏବଂ ଦିଲ୍ଲୀ ବିମାନ ଯୋଗାଯୋଗ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି | ରାଉରକେଲା ଠାରେ ଉଡାଣ ଯୋଜନା ଅନୁକୂଲ୍ୟରେ ଏକ ନୂଆ ବିମାନବନ୍ଦର ସ୍ଥାପନ ପାଇଁ ମଞ୍ଜୁରୀ ହୋଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି | ଅପରପକ୍ଷରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ତୃତୀୟ ଟର୍ମିନାଲ ନିର୍ମାଣ, ବର୍ତ୍ତମାନ ଥିବା ଦୁଇଟି ଟର୍ମିନାଲର ଉନ୍ନତିକରଣ ପାଇଁ ୧୦୫୦ କୋଟି ଟଙ୍କା ମଂଜୁର ହୋଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି |

{"id":78012}
{"id":78013}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.