ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

ରାଉରକେଲାରୁ ଖୁବ୍ ଶୀଘ୍ର ଉଡିବ ବିମାନ

14/12/2020 at 10:44 AM

ରାଉରକେଲା ୧୪।୧୨: ରାଉରକେଲା ବିମାନଘାଟିରୁ ଖୁବ୍ ଶ୍ରୀଘ୍ର ଉଡିବ ବିମାନ । ଏ ନେଇ ସିଭିଲ ଆଭିଏସନ୍ ମନ୍ତ୍ରଣାଳୟର ଯୁଗ୍ମ ସମ୍ପାଦିକା ଉଷା ପାଢ଼ୀ ଟ୍ବିଟ୍ ଯୋଗେ ସୂଚନା ଦେଇଛନ୍ତି ।

ଉଷା ପାଢୀ ରାଉରକେଲା ବିମାନ ଚଳାଚଳ ନେଇ ରାଜ୍ୟ ସରକାର ଏବଂ ଭାରତୀୟ ବିମାନ ପ୍ରାଧିକରଣ ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ବିମାନ ଉଡାଣକୁ ନେଇ ଟ୍ବିଟ୍ କରିଛନ୍ତି ।

ନଭେମ୍ବର ମାସ ୨୦ ତାରିଖ ଦିନ ରାଉରକେଲା ଗ୍ରସ୍ତରେ ଆସିଥିଲେ ଏୟାର ଅଥରିଟି ଅଫ୍ ଇଣ୍ଡିଆର ସ୍ବତନ୍ତ୍ର ଟିମ୍ ସହ ଦୁଇଟି ଘରୋଇ ବିମାନ କମ୍ପାନୀର ବରିଷ୍ଠ ଅଧିକାରୀ ରାଉରକେଲା ବିମାନଘାଟି ଆନୁଷଙ୍ଗିକ ବ୍ୟବସ୍ଥା ସହ ବିଭିନ୍ନ ସ୍ଥିତିର ଅନୁଧ୍ୟାନ କରିଥିଲେ ।

ତା ପୂର୍ବରୁ ଗତ ଅକ୍ଟୋବର ୧୫ତାରିଖରେ ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ମଧୁସୁଧନ ପାଢ଼ୀ ରାଉରକେଲା ଗସ୍ତରେ ଆସି ବିମାନଘାଟି କାର୍ଯ୍ୟକ୍ଷମ ନେଇ ସୂଚନା ଦେଇଥିଲ । 

ଉଷା ପାଢ଼ୀଙ୍କ ଟ୍ବିଟ୍ ପରେ ରାଉରକେଲା ବିମାନଘାଟିରୁ ବିମାନ ଉଡିବା ଏକ ପ୍ରକାର ସୁନିଶ୍ଚିତ ହୋଇଥିବା ବେଳେ କେବେ ଉଡିବ ତାହାକୁ ଅପେକ୍ଷା କରାଯାଇଛି ।

   Related Posts