ହକ୍ ଯୁଦ୍ଧ୍ୟବିମାନ ଉଡାଇବାରେ ମୋହନା ସିଂହ ହେଲେ ଦେଶର ଅନ୍ୟତମ ମହିଳା ଫାଇଟର ଜେଟ୍ ପାଇଲଟ

Published By : Prameya-News7 Bureau | June 01, 2019 IST

କଲାଇକୁଣ୍ଡା ୧।୬:  ପୁରୁଷଙ୍କ ଠାରୁ କୌଣସି କ୍ଷେତ୍ରରେ କମ୍ ନୁହଁନ୍ତି ମହିଳା। ଏହି ଉକ୍ତିକୁ ପୁଣି ଥରେ ସାବ୍ୟସ୍ତ କରିଛନ୍ତି ଭାରତୀୟ ବାୟୁସେନାର  ଫ୍ଳାଇଟ୍ ଲେଫ୍ଟନାଣ୍ଟ ମୋହନା ସିଂହ। ସଫଳତାର ସହ ଫ୍ଲାଇ ହକ୍ ଯୁଦ୍ଧବିମାନ ଉଡାଇ ମୋହନା ପାଲଟିଛନ୍ତି ଦେଶର ଅନ୍ୟତମ ଫାଇଟର ଜେଟ୍ ପାଇଲଟ।  ସେ ହକ୍ ଯୁଦ୍ଧ୍ୟବିମାନରେ ଏବେ ଦିନବେଳା ଯେକୌଣସି ମିସନକୁ ସଫଳ କରିବା ପାଇଁ ମୋହନା ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ସୂଚନା ଦେଇଛି ଭାରତୀୟ ବାୟୁସେନା। ମୋହନାଙ୍କ ସହ ବାୟୁସେନା ମହିଳା ଫାଇଟର ଜେଟ୍ ପାଇଲଟଙ୍କ ସଂଖ୍ୟା ୩ରେ ପହଞ୍ଚିଛି।

{"id":118411}

ବାୟୁସେନା ସୂଚନା ଅନୁସାରେ ଫ୍ଲାଇଟ୍ ଲେଫ୍ଟନାଣ୍ଟ ମୋହନା ସିଂହ ପଶ୍ଚିମବଙ୍ଗର କଲାଇକୁଣ୍ଡା ବାୟୁସେନା ଘାଟିରେ  ହକ୍ ଯୁଦ୍ଧ୍ୟବିମାନର ସଫଳ ଅବତରଣ କରାଇଛନ୍ତି। ଏହା ସହ ସେ ଭାରତୀୟ ବାୟୁସେନା ଇତିହାସରେ ସଫଳତାର ଆଉ ଏକ ଅଧ୍ୟାୟ ଯୋଡିଛନ୍ତି।  ମୋହନାଙ୍କ ଟ୍ରେନିଂରେ ଆକାଶରୁ ଆକାଶକୁ ଆକ୍ରମଣ ସମେତ ଆକାଶରୁ ଭୂଭାଗରେ କାର୍ଯ୍ୟାନୁଷ୍ଠାନ ଆଦି ସାମିଲ ଥିଲା। ଯେଉଁଥିରେ ବିଭିନ୍ନ ଯୁଦ୍ଧ୍ୟାଭ୍ୟାସ ସହ ବିମାନରୁ ରକେଟ ଫାୟରିଂ, ବନ୍ଧୁକ ଚାଳନା ଓ ଉଚ୍ଚକ୍ଷମତା ସମ୍ପନ୍ନ ବୋମା ନିକ୍ଷେପ ଆଦି ପରୀକ୍ଷଣ ଉତୀର୍ଣ୍ଣ ହୋଇଥିଲେ।  ଏହା ଛଡା ଆକାଶରେ ବିଭିନ୍ନ ପ୍ରକାର  ଫ୍ଲାଇଂ ଏକ୍ସରସାଇଜ୍ ପ୍ରଶିକ୍ଷଣର ମଧ୍ୟ ସଫଳ ପ୍ରଦର୍ଶନ କରିଛନ୍ତି ମୋହନା।

{"id":118412}

ମୋହନା ବିମାନ ଉଡାଣରେ ୫ଶହ ଘଣ୍ଟାରୁ ଅଧିକ ଅଭିଜ୍ଞତା ପ୍ରାପ୍ତ କରିଥିବେ ବେଳେ ଏଥିରୁ କେବଳ ୩୮୦ ଘଣ୍ଟା ହକ୍ ଏମକେ-୧୩୨ ଜେଟ୍ ବିମାନ ଉଡାଇବାର ଅଭିଜ୍ଞତା ପ୍ରାପ୍ତ କରିଛନ୍ତି। ମୋହନାଙ୍କ ପୂର୍ବରୁ ଫ୍ଳାଇଟ୍ ଲେଫ୍ଟନାଣ୍ଟ ଭାବନା କଣ୍ଠ ମିଗ୍-୨୧ ବାଇସନ ବିମାନ ଉଡାଇ ଦେଶର ପ୍ରଥମ ମହିଳା ଫାଇଟର ଜେଟ୍ ପାଇଲଟର ମାନ୍ୟତାହାସଲ କରିଥିଲେ। ଏବେ ଭାବନାଙ୍କ ସହ ଯୋଡି ହୋଇଯାଇଛନ୍ତି ମୋହନା। ଭାବନା ଓ ଅବନୀ ଚତୁର୍ବେଦୀ ୨୦୧୬ମସିହାରୁ ଭାରତୀୟ ବାୟୁସେନାରେ ମହିଫାଇଟର ଜେଟ୍ ପାଇଲଟ ଭାବେ କାର୍ଯ୍ୟ କରୁଛନ୍ତି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.