ନେପାଳରେ ବଡ଼ ବିମାନ ଦୁର୍ଘଟଣା; କାଠମାଣ୍ଡୁରୁ ପୋଖରା ଯାଉଥିବା ATR-୭୨ ଫ୍ଲାଇଟ୍ କ୍ରାସ୍, ବିମାନରେ ଥିଲେ ୬୮ଯାତ୍ରୀ, ୪ କ୍ରୁ-ମେମ୍ବର

Published By : Prameya-News7 Bureau | January 15, 2023 IST

କାଠମାଣ୍ଡୁ:  ନେପାଳରେ ପୁଣି ଭୟଙ୍କର ବିମାନ ଦୁର୍ଘଟଣା । ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରାସ୍ତ ହୋଇଥିବା ସୂଚନା ମିଳିଛି । ୟେଟି ଏୟାରଲାଇନ୍ସର ATR-୭୨ ବିମାନ କାଠମାଣ୍ଡୁରୁ ପୋଖରା ଯାଉଥିବାବେଳେ ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

wp:html /wp:html

ରବିବାର ସକାଳୁ ରାଜଧାନୀ କାଠମାଣ୍ଡୁର ପୂରୁଣା ଏୟାରପୋର୍ଟରୁ କାସ୍କି ଜିଲ୍ଲାର ପୋଖରାକୁ ଉଡ଼ାଣ ଭରିଥିଲା ୟେଟି-୭୨ ବିମାନ । ଉଡ଼ାଣର କିଛି ସମୟ ପରେ ପୋଖରା ନିକଟରେ ବିମାନ କ୍ରାସ୍ ହୋଇଛି । ୟେଟି ଏୟାର ଲାଇନ୍ ପ୍ରବକ୍ତାଙ୍କ କହିବା ଅନୁଯାୟୀ, ଖରାପ ପାଗ ଯୋଗୁ ଭୟଙ୍କର ଦୁର୍ଘଟଣା ଘଟିଛି । ପୋଖରାର ସମିପ୍ ଅନ୍ତର୍ଗତ ଏକ ପର୍ବତୀୟ କ୍ଷେତ୍ରରେ ଉଡ଼ାଣ ବେଳେ ପାହାଡ଼ରେ ପିଟି ହୋଇଥିଲା ବିମାନ । ପରେ ବଡ଼ ଧରଣ ବିସ୍ଫୋରଣ କରିବା ସହିତ ଦୁର୍ଘଟଣା ସ୍ଥାନରେ ଧୁଆଁ ଧୁଆଁ ହୋଇଯାଇଛି । ଏହି ବିମାନରେ ୬୮ ଯାତ୍ରୀ ଓ ୪ଜଣ କ୍ରୁ ମେମ୍ବରଙ୍କ ସମେତ ମୋଟ୍ ୭୨ଜଣ ଥିଲେ । ଫ୍ଲାଇଟ୍ କ୍ରାସ୍ ହେବାର ଖବର ମିଳିବା ପରେ ବିମାନବନ୍ଦର କର୍ତ୍ତୃପକ୍ଷ, ସୁରକ୍ଷାବଳ, ଓ ଉଦ୍ଧାରକାରୀ ଦଳ ହେଲିକପ୍ଟରରେ ଦୁର୍ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.