ଆକାଶର ସୁଉଚ୍ଚରେ ଉଡୁଥିଲା ଫ୍ଲାଇଟ୍, ହଠାତ୍ ଖସିଗଲା ୨୦ହଜାର ଫୁଟ ତଳକୁ, ଆଉ ତାପରେ…
14/08/2023 at 10:01 AM

ନୂଆଦିଲ୍ଲୀ ୧୪।୦୮: ଆମେରିକାରର ଫ୍ଲୋରିଡାରେ ସାମ୍ନାକୁ ଆସିଲା ଏକ ଆଶ୍ଚର୍ଯ୍ୟଜନକ ଘଟଣା । ସବୁଠାରୁ ଉଚ୍ଚରେ ଉଡୁଥିବା ବିମାନ ହଠାତ୍ ୨୦ ହଜାର ଫୁଟ ତଳକୁ ଖସି ଆସିଥିଲା । ଆଉ ବିମାନରେ ଥିବା ଯାତ୍ରୀଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା ଭୟର ବାତାବରଣ । ଅନେକ ଯାତ୍ରୀ ତ ଅକ୍ସିଜେନ୍ ମାସ୍କ ବି ବାହାର କରିଦେଇଥିଲେ । ଏବେ ଏହି ଘଟଣାର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ଜାଣିବାକୁ ମିଳିଛି ଯେ ବିମାନରେ ହଠାତ୍ ବୈଷୟିକ ତ୍ରୁଟି ଦେଖାଦେଇଥିଲା । ଏହି କାରଣରୁ ପାଇଲଟ୍ ବିମାନକୁ କମ୍ ଉଚ୍ଚତାକୁ ଆଣି ଏବଂ ପରେ ଅବତରଣ କରିବାକୁ ନିଷ୍ପତ୍ତି ନେଇଥିଲେ । ଆଉ ପାଇଲଟ୍ ଏହା ହିଁ କରିଥିଲେ । ମାତ୍ର ୩ ମିନିଟରେ ସେ ଉଚ୍ଚତାରୁ ୨୦ହଜାର ଫୁଟ ତଳକୁ ଓହ୍ଲାଇ ଥିଲେ ବିମାନ । ଯେଉଁ କାରଣରୁ ସମସ୍ତ ଯାତ୍ରୀ ଭୟଭୀତ ହୋଇ ପଡିଥିଲେ ।

ଜଣେ ଯାତ୍ରୀ ଏହି ଘଟଣା ବିଷୟରେ ଟୁଇଟ୍ କରି ଲେଖିଛନ୍ତି ଯେ- ମୁଁ ଅନେକ ଥର ବିମାନରେ ବସିଛି। କ୍ରୁ ଏବଂ କ୍ୟାବିନ ଷ୍ଟାଫ୍ଙ୍କୁ ପ୍ରଶଂସା କରେ, ପାଇଲଟଙ୍କୁ ବି ପ୍ରଶଂସା କରେ ମୁଁ । ଯେଉଁ ଫଟୋ ସେୟାର କରୁଛି ସେଗୁଡ଼ିକ ଭୟକୁ ପ୍ରକାଶ କରିପାରିବ ନାହିଁ । କିନ୍ତୁ ଏବେ ବିମାନ ଅବତରଣ କରିବା ପରେ ଖୁସି ଲାଗୁଛି । ଯାତ୍ରୀଙ୍କ କହିବା ଅନୁସାରେ ବିମାନରେ କିଛି ପୋଡିଯାଉଥିବାର ଗନ୍ଧ ଆସୁଥିଲା।
I’ve flown a lot. This was scary. Kudos to our amazing flight crew- cabin staff and pilots on @AmericanAir 5916. The photos cannot capture the burning smell, loud bang or ear pops. Good to be on the ground. #AA5916 #CLT #GNV pic.twitter.com/P8pPrvOQDQ
— Harrison Hove (@HarrisonHove) August 10, 2023
ସେ ଲେଖିଛନ୍ତି ଯେ ହଠାତ୍ କିଛି ଫେଲ୍ ହୋଇଗଲା, କ୍ୟାବିନକୁ ଡିପ୍ରେସରାଇଜ୍ କରିବାକୁ ପଡିଲା । କିଛି ଜଳୁଥିବା ଗନ୍ଧ ମଧ୍ୟ ବ୍ୟବହୃତ ହେଉଥିବା ଅମ୍ଳଜାନ କ୍ୟାଣ୍ଟର ଯୋଗୁଁ ହୋଇପାରେ ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି କି ପରିସ୍ଥିତିକୁ ଦୃଷ୍ଟିରେ ରଖି ବିମାନର ୱିଙ୍ଗ ଫ୍ଲାପ ତୁରନ୍ତ ଖୋଲା ଯାଇଥିଲା । ଯାହା ଦ୍ବାରା ଅଧିକ ଅମ୍ଳଜାନ ଉତ୍ପନ୍ନ ହୋଇପାରିବ। ବର୍ତ୍ତମାନ ବିମାନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ଏବଂ ଏହି ଅସୁବିଧା ପାଇଁ ଏୟାରଲାଇନ୍ସ କ୍ଷମା ପ୍ରାର୍ଥନା ମଧ୍ୟ କରିଛି।
You Can Read: