ନୀଳଗିରିରେ ବନ୍ୟା ପରିସ୍ଥିତି : ଘାଟଘରସାହି, ବାରିସାହି, କଦମସାହି, ପୁହୁଣୀ ଗ୍ରାମବାସୀ ଜଳବନ୍ଦୀ

Published By : Prameya-News7 Bureau | October 12, 2018 IST

ବାଲେଶ୍ବର ୧୨|୧୦: ତିତଲି ପ୍ରଭାବରେ ତିନିଦିନ ଧରି ଲଗାଣ ବର୍ଷା କାରଣରୁ ନୀଳଗିରି ସୋନ ନଦୀ ଉପକୂଳରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ନଦୀ ପାଣିରେ  ଭର୍ତ୍ତି ହୋଇଯାଇଥିବାବେଳେ ଯଦି ମୟୂରଭଂଜ ଜିଲ୍ଲାରେ ଥିବା କାଳ ଓ ସୋନ୍ ଡ୍ୟାମ୍ ପାଣି ଛାଡେ ତାହେଲେ ପରିସ୍ଥିତି ଆହୁରି ଭୟାନକ ହେବ। ନଦୀ ଉପକୂଳିଆ ଶତାଧିକ ଗାଁ ଏବେ ଆତଙ୍କିତ ହୋଇପଡିଛନ୍ତି । ସେହିପରି ପ୍ରବଳ ବର୍ଷା କାରଣରୁ ନୀଳଗିରି ଏନଏସି ଅଧିନ ଘାଟଘରସାହି, ବାରିସାହି, କଦମସାହି, ପୁହୁଣୀ ଆଦି ଗ୍ରାମରେ ଶତାଧିକ ଘରେ ପାଣି ପଶିଛି। ପାଣି ନିସ୍କାସନ ହୋଇନପାରିବାରୁ ଏଭଳି ପରିସ୍ଥିତି ଉପୁଜିଛି। ଘାଟଘରସାହି ଅଂଚଳରେ ୨୫ରୁ ଅଧିକ ଘର ଜଳବନ୍ଦୀ ହୋଇଛି । ୫ଟି ଘର ଭାଙ୍ଗି ଯାଇଛି। ଏ ନେଇ ଗ୍ରାମରେ ତୀବ୍ର ଉତ୍ତେଜନା ଲାଗିରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.