ନ୍ୟୁୟର୍କ ସିଟିରେ ଫ୍ଲାସ୍ ଫ୍ଲଡ୍; ଜଳମଗ୍ନ ସହର, ଜରୁରୀ ସ୍ଥିତି ଘୋଷଣା
30/09/2023 at 8:57 AM

ନ୍ୟୁୟର୍କ,୨୯/୯: ଆମେରିକାରେ ଫ୍ଲାସ୍ ଫ୍ଲଡ୍ । ପ୍ରବଳ ବର୍ଷାରେ ଭାସିଲା ଆମେରିକାର ନ୍ୟୁୟର୍କ ସିଟି । ରାସ୍ତାଘାଟରେ ବନ୍ୟା ପାଣି ଲହଡ଼ି ଭାଙ୍ଗୁଛି । ଯାନବାହନ ଚଳାଚଳ ପ୍ରଭାବିତ ହେବା ସହ ସାଧାରଣ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଏହାକୁ ଦୃଷ୍ଟିରେ ରଖି ଆଜି ସକାଳେ ନ୍ୟୁୟର୍କ ସିଟିରେ ଜରୁରି ସ୍ଥିତି ଘୋଷଣା କରାଯାଇଛି । ଏଥିସହ ଲଙ୍ଗ୍ ଆଇଲାଣ୍ଡ ଏବଂ ହୁଡ୍ସନ୍ ଭ୍ୟାଲିରେ ମଧ୍ୟ ଜରୁରି ସ୍ଥିତି ଘୋଷଣା କରିଛନ୍ତି ନ୍ୟୁୟର୍କ ଗଭର୍ଣ୍ଣର କ୍ୟାଥି ହୋଚୁଲ୍ ।
ପାଣିପାଗ ବିଭାଗ ସୂଚନା ମୁତାବକ, ବ୍ରୁକ୍ଲିନ୍ରେ ମାତ୍ର ୩ ଘଣ୍ଟାରେ ୪ ଇଞ୍ଚରୁ ଅଧିକ ବର୍ଷା ହୋଇଛି । ଏହା ୮ ଇଞ୍ଚ ପାର୍ କରିବା ନେଇ ଆଶଙ୍କା ଦେଖାଦେଇଛି । ନ୍ୟୁୟର୍କ ସିଟି ମେୟର୍ ଏରିକ୍ ଆଡାମ୍ସ କହିଛନ୍ତି, ସହରରେ ବର୍ତ୍ତମାନ ବିପଜ୍ଜନକ ପାଣିପାଗ ସ୍ଥିତି ଉପୁଜିଛି । ଏହା ଆହୁରି ବଢିପାରେ ବୋଲି ଆଶଙ୍କ ଦେଖା ଦେଇଛି । ଲୋକଙ୍କୁ ଯଥାସମ୍ଭବ ଘରେ ରହିବା ପାଇଁ ପରମର୍ଶ ଦିଆଯାଇଛି ।
ନ୍ୟୁୟର୍କ ମହାନଗରେ ପ୍ରାୟ ୧.୮ କୋଟି ଲୋକ ବସବାସ କରୁଛନ୍ତି । ଫ୍ଲସ୍ ଫ୍ଲଡ୍ ପାଇଁ ନ୍ୟୁୟର୍କ ମେଟ୍ରୋପଲିଟାନର ଅଞ୍ଚଳ ଏବଂ ଅନ୍ୟ ପ୍ରାନ୍ତରେ ମଧ୍ୟରେ ଜରୁରୀକାଳୀନ ସ୍ଥିତି ଘୋଷଣା କରାଯାଇଛି । ପ୍ରଶସାନ ସ୍ଥିତି ଉପରେ ନଜର ରଖିଥିବା ବେଳେ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି ।
ଲଗାଣ ବର୍ଷା ଓ ରାସ୍ତାଘାଟ ଜଳମଗ୍ନ ହୋଇଥିବାରୁ ଯାନବାହନ ସହିତ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି । କିଛି ସ୍ଥାନ ରେଲ୍ ରୋଡ୍କୁ ବାତିଲ୍ କରାଯାଇଛି ।