ଜଲପାଇଗୁଡ଼ିରେ ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ବନ୍ୟାରେ ଭାସି ୭ ମୃତ, ଏବେ ବି ଅନେକ ନିଖୋଜ

Published By : Prameya-News7 Bureau | October 06, 2022 IST

ପଶ୍ଚିମବଙ୍ଗ ୦୬/୧୦: ପଶ୍ଚିମବଙ୍ଗ ଜଲପାଇଗୁଡ଼ିରେ ଦୁର୍ଗା ଭସାଣି ସମୟରେ ଆସିଲା ଫ୍ଲାସ୍ ଫ୍ଲଡ୍। ଏଥିରେ ୧୦ ଜଣ ଭାସିଯାଇଥିବା ବେଳେ ୭ ଜଣ ପ୍ରାଣ ହରାଇଛନ୍ତି ।

wp:html /wp:html

ଜଲପାଇଗୁଡ଼ିରେ ଗତକାଲି ରାତି ୯ଟା ବେଳେ ଦେବୀଙ୍କୁ ବିସର୍ଜନ ସମୟରେ ହଠାତ ମାଲ୍ ନଦୀରେ ପାଣି ଚାଲି ଆସିଥିଲା । ତୁରନ୍ତ ରେସ୍କ୍ୟୁ ଅପରେସନ ଆରମ୍ଭ ହୋଇଥିଲା । ୭ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି। ସେଠାରେ ଥିବା ଅନେକ ଲୋକ ବି ନିଖୋଜ ଅଛନ୍ତି। ସେମାନଙ୍କର ପତ୍ତା ମିଳିନାହିଁ। ଉଦ୍ଧାର କାର୍ଯ୍ୟ ରାତି ପାଇଁ ବାଧାପ୍ରାପ୍ତ ହୋଇଥିବା ବେଳେ ସକାଳୁ ପୁଣି ଚାଲିଛି।

wp:html /wp:html

ବିଜୟା ଦଶମୀ ଅବସରରେ ମା’ ଦୁର୍ଗାଙ୍କୁ ବିସର୍ଜନ କରିବାକୁ ଶ୍ରଦ୍ଧାଳୁମାନେ ଯାଇଥିଲେ । ଏହି ସମୟରେ ମାଲ୍ ନଦୀରେ ହଠାତ ବନ୍ୟା ଜଳ ଆସିଯିବାରୁ ୭ ଭକ୍ତଙ୍କ ଜୀବନ ଯାଇଛି। ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଅନେକ ନିଖୋଜ ଥିବାରୁ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.