ଆସିଲା ଆକସ୍ମିକ ବନ୍ୟା, ଭାସିଗଲେ ୧୧ ଛାତ୍ରଛାତ୍ରୀ : ସ୍କାଉଟ୍ ପ୍ରୋଗ୍ରାମ ବେଳେ ଘଟିଲା ଅଘଟଣ

Published By : Prameya-News7 Bureau | February 22, 2020 IST

ୟୋଗ୍ୟକର୍ତ୍ତା ୨୨।୨: ସ୍କାଉଟିଂରେ କାର୍ଯ୍ୟକ୍ରମ ବେଳେ ଭାସିଗଲେ ସ୍କୁଲ ଛାତ୍ରଛାତ୍ରୀ । ଇଣ୍ଡୋନେସିଆ ଜାଭା ଦ୍ବୀପ ସେମ୍ପୋର ନଦୀରେ ଅଚାନକ ବନ୍ୟା ଆସିଯିବାରୁ ଛାତ୍ରଛାତ୍ରୀ ଓ ଶିକ୍ଷକ ଭାସିଯାଇଥିବା ଜଣାପଡିଛି । ଫଳରେ ପ୍ରାୟ ୬ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ଜଣ ନିଖୋଜ ଥିବା ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ୟୋଗ୍ୟକର୍ତ୍ତା ସ୍ଲେମାନ ଜିଲ୍ଲାରେ୨୫୦ଜଣ ସ୍କୁଲ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ସ୍କାଉଟିଂ କାର୍ଯ୍ୟକ୍ରମ କରୁଥିବା ବେଳେ ଏଭଳି ଅଘଟଣ ଘଟିଛି । ପାଣିପାଗ ଅବସ୍ଥାକୁ ଗୁରୁତ୍ବ ନଦେଇ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ଯାହା ଫଳରେ ଏଭଳି ଅଘଟଣ ଘଟିଯାଇଛି ।

ସ୍ଥାନୀୟ ଅଞ୍ଚଳରେ ନିୟୋଜିତ ଥିବା ସେନାମାନେ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ । ସ୍ଥାନୀୟ ସାମରିକ ମୁଖ୍ୟ ଲେଫ୍ଟନାଣ୍ଟ କଲୋନେଲ ଡାଏଣ୍ଟୋର କହିଛନ୍ତି ଯେ, ଘଟଣାସ୍ଥଳରୁ ୬ଟି ମୃତଦେହ ଉଦ୍ଧାର କରାଯାଇଛି । ୨୩୯ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ସେମାନଙ୍କ ମଧ୍ୟରୁ ୧୦ଜଣ ଆହାତ ଅଛନ୍ତି ।

ପ୍ରବଳ ବର୍ଷା ଯୋଗୁଁ ଇଣ୍ଡୋନେସିଆରେ ମାଟି ଅତଡା ଧସିବା ଏବଂ ଅଚାନକ ବନ୍ୟା ଦେଖାଦେଇଛି । ଲକ୍ଷାଧିକ ଲୋକ ଏଠାରେ ପାହାଡିଆ ଅଞ୍ଚଳରେ ରହୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.