ପୃଥିବୀ ବାୟୁମଣ୍ଡଳକୁ ପ୍ରବେଶ କରୁଛି ‘ସୋଲାର ଫ୍ଲେୟାର’, ୧୦ ଦିନ ପର୍ଯ୍ୟନ୍ତ ସୂର୍ଯ୍ୟରେ ଦେଖାଯିବ ଦାଗ

Published By : Prameya-News7 Bureau | August 14, 2020 IST

ୱାସିଂଟନ: ସୂର୍ଯ୍ୟଙ୍କ ପୃଷ୍ଠରେ ବଡ ପରିବର୍ତ୍ତନ ଅନୁଭୂତ ହେଉଛି। ଏଥିଯୋଗୁ ସୂର୍ଯ୍ୟଙ୍କ ଦେହରେ ସ୍ପଟ୍ ବା ଚିହ୍ନ ଦେଖାଯାଉଛି। ଏହି ସବୁ ସୋଲାର ସ୍ପଟ୍‌ରୁ ବାହାରୁଥିବା ଶିଖା (ସୋଲାର ଫ୍ଲେୟାର) ପୃଥିବୀର ବାୟୁମଣ୍ଡଳକୁ ପ୍ରବେଶ କରୁଥିବା ବୈଜ୍ଞାନିକ କହିଛନ୍ତି। ସୋଲାର ଫ୍ଲେୟର ଯୋଗୁ ଆୟନୋସ୍ପିୟର( ପୃଥିବୀର ବାହ୍ୟ ଅଂଶ) ପ୍ରଭାବିତ ହେଉଛି। ଏପରି ମହାକାଶୀୟ ପରିବର୍ତ୍ତନ ପ୍ରତି ୧୦ରୁ ୧୧ ବର୍ଷରେ ହୋଇଥାଏ।

wp:html /wp:html

ତେବେ ଉପୁଜିଥିବା ଖଗୋଳୀୟ ଘଟଣା ଯୋଗୁ ଇଲେକ୍ଟ୍ରୋମ୍ୟାଗ୍ନେଟିକ୍ କ୍ଷେତ୍ରରେ ଅଚାନକ ଇଲେକ୍ଟ୍ରୋନ ଅଥବା ପ୍ରୋଟନର ହ୍ରାସ ଅଥବା ବୃଦ୍ଧି ହୋଇପାରେ। ଏଥିରେ ସନସ୍ପଟ୍ ଏଆର-୨୭୭୦ଆହୁରି ଅଧିକ ବ୍ୟାପିବା ଓ ପୃଥିବୀ ଆଡକୁ ମୁହାଁଇବାର ସମ୍ଭାବନା ମଧ୍ୟ ରହୁଛି। ଯଦି ଏପରି ହୁଏ ତେବେ ଗୁରୁତ୍ୱପୂର୍ଣ୍ଣ କନେକ୍ଟିଭିଟି ଯେପରି ମୋବାଇଲ ନେଟୱାର୍କ, ପାୱାରଗ୍ରିଡ, ସାଟେଲାଇଟ୍, ରେଡିଓ ପ୍ରସାରଣ ଓ ଜିପିଏସ୍ ଆଦିକୁ ପ୍ରଭାବିତ କରିପାରେ ବୋଲି ବିଶେଷଜ୍ଞ କହୁଛନ୍ତି। ତେବେ ଜାବାହାର ତାରା ମଣ୍ଡଳର ନିର୍ଦ୍ଦେଶକ ଡା.ୱାଇ ରବିକିରଣ ନ୍ୟାସନାଲ ଓସନିକ ଏଣ୍ଡ

ଆଟମୋସଫେରିକ୍ ଆଡମିନେଷ୍ଟ୍ରେସନ (ଏନଓଏଏ) ରିପୋର୍ଟ ଆଧାରରେ କହିଛନ୍ତି ଯେ କେବେ କେବେ କୌଣସି ସ୍ଥାନର ତାପମାତ୍ରା ଅଚାନକ ୪ ହଜାର ଡିଗ୍ରି ସେଲସିୟସ୍ ହୋଇଯାଏ।  ସୂର୍ଯ୍ୟଙ୍କ ପୃଷ୍ଠରେ ଏଭଳି ଉତପ୍ତ ସ୍ଥାନକୁ ସନସ୍ପଟ୍ କୁହାଯାଏ। ଏହି ସନସ୍ପଟ୍ ଆଗାମୀ ୧୦ ଦିନ ପର୍ଯ୍ୟନ୍ତ ଦେଖାଯିବ। ତେବେ ସୂର୍ଯ୍ୟରେ ଗୋଟିଏ ନୁହେଁ ୩ଟି ସନସ୍ପଷ୍ଟ ସୃଷ୍ଟି ହେବାକୁ ଯାଉଥିବା ଏରିଜର ନିର୍ଦ୍ଦେଶକ ପ୍ର.ଦୀପଙ୍କର ବାନାର୍ଜୀ କହିଛନ୍ତି।

ପ୍ର.ବାନାର୍ଜୀ ସୂର୍ଯ୍ୟଙ୍କ ପୃଷ୍ଠରେ ଏବେ ୨ଟି ସନସ୍ପଟ୍ ସ୍ପଷ୍ଟ ଦେଖାଯାଉଥିବା କହିଛନ୍ତି। ଏଗୁଡିକ ଆକାରରେ ଖୁବ୍ ଛୋଟ ହୋଇଥିବାରୁ ଏଥିରୁ କେତେ ପରିମାଣରେ ଶିଖା ବାହାରୁଛି ତାହା ତରବରିଆ ଭାବେ କୁହାଯାଇପାରିବ ନାହିଁ। ତେବେ ସୂର୍ଯ୍ୟଙ୍କ ପୃଷ୍ଠରେ ଆଉ ଏକ ସ୍ପଟ୍ ବାହାରୁଥିବାର ସେ କହିଛନ୍ତି। ଏଣୁ ବୈଜ୍ଞାନିକମାନେ ଏବେ ସୂର୍ଯ୍ୟଙ୍କ ଉପରେ ନଜର ରଖିଥିବା ପ୍ର.ବାନାର୍ଜୀ କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.