ଭଦ୍ରକର ପ୍ରସିଦ୍ଧ ଶ୍ରୀରାମ ନବମୀ, ପୋଲିସ ଏବଂ ରାପିଡ୍ ଆକ୍ସନ ଫୋର୍ସର ଫ୍ଲାଗ୍ ମାର୍ଚ୍ଚ
21/03/2023 at 1:05 PM

ଭଦ୍ରକ ୨୧।୦୩ : ଆସନ୍ତା ୩୦ରେ ଶ୍ରୀରାମ ନବମୀ । ଏହାକୁ ଶାନ୍ତି ଶୃଙ୍ଖଳାରେ ପାଳନ କରିବା ପାଇଁ ଲକ୍ଷ୍ୟ ରଖିଛି ଭଦ୍ରକ ପୋଲିସ । ତେଣୁ ମଙ୍ଗଳବାର ଦିନ ଭଦ୍ରକ ସହର ବନ୍ତ ଛକଠାରୁ ଭଦ୍ରକ ପୋଲିସ ଏବଂ ରାପିଡ ଆକ୍ସନ ଫୋର୍ସ ପକ୍ଷରୁ ମିଳିତ ଫ୍ଲାଗ ମାର୍ଚ୍ଚ କରାଯାଇଛି ।
ସେହିପରି ଏହି ଫ୍ଲାଗ୍ ମାର୍ଚ୍ଚରେ ସିଟି ଡ଼ିଏସପିଙ୍କ ସମେତ ଆରଏଏଫ ବରିଷ୍ଠ ଅଧିକାରୀ ମାନେ ସାମିଲ ହୋଇଥିଲେ । ଆଗକୁ ଶ୍ରୀରାମ ନବମୀ ମହୋତ୍ସବ ଥିବାରୁ ଏଭଳି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଶ୍ରୀରାମ ନବମୀ ପାଇଁ ଯେଉଁ ଯେଉଁ ରାସ୍ତା ଦେଇ ଆସିବ ଶୋଭାଯାତ୍ରା । ସେହି ରାସ୍ତା ଫ୍ଲାଗ ମାର୍ଚ୍ଚ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ରାପିଡ ଆକ୍ସନ ଫୋର୍ସ ଟିମ ଏକ ସପ୍ତାହ ଯାଏ ଭଦ୍ରକରେ ରହିବେ ବୋଲି ଜଣାଯାଇଛି।