ଭିନ୍ନକ୍ଷମ ଯୁବତୀଙ୍କୁ ରାସ୍ତାରୁ ଉଠାଇ ନେଇ ଗଣଦୁଷ୍କର୍ମ କଲେ ୫ ଯୁବକ, ତାପରେ…

Published By : Prameya-News7 Bureau | August 28, 2019 IST

ବିଳାସପୁର ୨୮।୮:  ଛତିଶଗଡ ବିଳାସପୁର ଜିଲ୍ଲାରେ ଭିନ୍ନକ୍ଷମ ଯୁବତୀଙ୍କୁ ଗଣ ଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ପୋଲିସ ପାଞ୍ଚ ଜଣ ଯୁବକଙ୍କୁ ଗିରଫ କରିଛି ।

ସୂଚନା ଅନୁସାରେ ବିଳାସପୁର ଜିଲ୍ଲା ମାରବାହି ଥାନା ଅଞ୍ଚଳରେ ବରଗବା ଗାଁର ଜଣେ ଭିନ୍ନକ୍ଷମ ଯୁବତୀଙ୍କ ସହ ଗଣ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ପୋଲିସ ୫ଜଣ ଯୁବକଙ୍କ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନଙ୍କର ବୟସ ୨୦ରୁ ୨୫ ବର୍ଷ ହେବ ବୋଲି ଜଣାପଡିଛି ।

ପୋଲିସର ସୂଚନା ଅନୁସାରେ ମାରବାହି ଅଞ୍ଚଳରେ ବରଗବା ଗାଁରେ ରହୁଥିବା ଜଣେ ୨୨ବର୍ଷ ବୟସ୍କା ଯୁବତୀଙ୍କ ଦାଦା ଥାନାରେ ଅଭିଯୋଗ କରିଛନ୍ତି ଯେ, ତାଙ୍କ ଝିଆରୀ ଜନ୍ମରୁ ମୁକ ବଧିର । ଯୁବତୀ ଜଣଙ୍କ ଚଳିତ ମାସ ୨୫ତାରିଖ ରାତି ୧୧ଟାରେ ଘରେ ପହଞ୍ଚି ଥିଲେ । ଘରେ ପହଞ୍ଚି ସେ ଇସାରାରେ ନିଜ ଖୁଡୀଙ୍କୁ କହିଥିଲେ ଯେ, ସେ ନିକଟସ୍ଥ ବଜାରକୁ ଖାଇବା ଆଣିବାକୁ ଯାଇଥିଲେ । ଯେତେବେଳେ ସେ ରାତି ପ୍ରାୟ ୭ଟା ବେଳେ ଘରକୁ ଫେରୁଥିବା ବେଳେ ରାସ୍ତାରେ ୫ଜଣ ଯୁବକ ତାଙ୍କୁ ଜୋରଜବରଦସ୍ତି ବାଇକ୍ ରେ ବସାଇ ଗଙ୍ଗନଇ ଟୋଲା ନିକଟ ପୋଖରୀ ପାଖକୁ ନେଇଯାଇଥିଲେ । ଯୁବକ ମାନେ ସେଠାରେ ଯୁବତୀଙ୍କ ହାତ ଗୋଡ ବାନ୍ଧି ଦେଇଥିଲେ । ତାପରେ ଯୁବତୀଙ୍କ ସହ ଦୁଷ୍କର୍ମ କରିଥିଲେ । ଦୁଷ୍କର୍ମ କରିବା ପରେ ଯୁବତୀଙ୍କୁ ଛାଡି ଚାଲିଯାଇଥିଲେ ।

ଯୁବତୀଙ୍କ ଖୁଡୀଙ୍କ ବୟାନ ଆଧାରରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ପୋଲିସ ପୀଡିତା ଯୁବତୀଙ୍କୁ ଘଟଣାସ୍ଥଳକୁ ନେଇ ତଦନ୍ତ କରିଛି । ଯୁବତୀ ଜଣଙ୍କ ଅଭିଯୁକ୍ତ ଯୁବକମାନଙ୍କୁ ଚିହ୍ନଟ କରିବା ପରେ ପୋଲିସ ସମସ୍ତ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.