କାର୍ ଧକ୍କାରେ ଗଲା ୫ବର୍ଷର ଶିଶୁ କନ୍ୟାର ଜୀବନ, ଘଟଣାସ୍ଥଳରୁ ଡ୍ରାଇଭର ଫେରାର

Published By : Prameya-News7 Bureau | December 20, 2019 IST

ବାଲିଗୁଡା ୨୦।୧୨: କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । କାର୍ ଚାପାରେ ୫ବର୍ଷର ଶିଶୁ କନ୍ୟା ମୃତ ହୋଇଛି । ଘଟଣାସ୍ଥଳରୁ କାର୍ ଡ୍ରାଇଭର ଫେରାର ହୋଇଯାଇଛି । ଖବର ପାଇ ପୋଲିସ ପହଞ୍ଚି ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛି ।

{"id":200000,"sizeSlug":"large"}

ସୂଚନାଯୋଗ୍ୟ ଯେ, ଏକ ଗଞ୍ଜେଇ ବୋଝେଇ କାର୍ କନ୍ଧମାଳ ଜିଲ୍ଲା ବାଲିଗୁଡା ନିକଟରେ ଭାରସାମ୍ୟ ହରାଇ ୫ବର୍ଷର ଶିଶୁ କନ୍ୟା ଉପରେ ମାଡିଯାଇଥିଲା । ଫଳରେ ଘଟଣାସ୍ଥଳରେ ଶିଶୁ କନ୍ୟାର ମୃତ୍ୟୁ ହୋଇଛି । ମୃତ ଶିଶୁ କନ୍ୟା ହେଲେ ଲଣ୍ଡାଗାଁର ମୋହନ ନାୟକଙ୍କ ଝିଅ ସଂଜନା ନାୟକ ।

{"id":200001,"sizeSlug":"large"}

ଦୁର୍ଘଟଣା ଘଟାଇବା ପରେ ଘଟଣାସ୍ଥଳରୁ ଗାଡି ଡ୍ରାଇଭର ଫେରାର ହୋଇଯାଇଛି । ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚିଛି । ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.