ପୁଣି ଲଜ୍ଜା : ଚକୋଲେଟ୍ ଦେବା ବାହାନାରେ ୫ବର୍ଷର ଝିଅକୁ ଦୁଷ୍କର୍ମ
7/06/2019 at 3:10 PM

ହମୀରପୁର ୭/୬: ୪୭ବର୍ଷ ବୟସ୍କ ବ୍ୟକ୍ତି ଜଣେ ୫ବର୍ଷର ନେପାଳୀ ଶିଶୁକନ୍ୟାଙ୍କୁ ଦୁଷ୍କର୍ମ କରିବାର ମାମଲା ସାମନାକୁ ଆସିଛି। ଝିଅର ମାଆଙ୍କ ଅଭିଯୋଗରେ ପୋଲିସ୍ ଅଭିଯୁକ୍ତଙ୍କ ବିରୋଧରେ ପକ୍ସୋ ଆକ୍ଟ ଅନୁସାରେ ମାମଲା ରୁଜୁ କରି ବ୍ୟକ୍ତିକୁ ଗିରଫ କରିଛି ଏବଂ ତଦନ୍ତ ଆରମ୍ଭ କରିଛି।
ଶିଶୁର ମେଡିକାଲ୍ ରିପୋର୍ଟ ଆସିବା ପରେ ଅଭିଯୁକ୍ତକୁ ଆଜି ଦ୍ବିପ୍ରହର ପରେ ହମୀରପୁର କୋର୍ଟରେ ହାଜର କରାଯିବ। ସୂଚନା ଅନୁସାରେ ପୀଡ଼ିତା ଶିଶୁଙ୍କ ପରିବାର ଭଡ଼ା ଘରେ ରହୁଥିଲେ ଏବଂ ତାଙ୍କ ବାପା ମାଆ ଦିନ ମଜୁରିଆ କାମ କରନ୍ତି।
କିନ୍ତୁ ଗୁରୁବାର ସନ୍ଧ୍ୟାରେ ଶିଶୁ ପେଟ ବ୍ୟଥା ହେଉଥିବାର କହିବାରୁ ସତ କଥା ଜଣା ପଡ଼ିଥିଲା। ଶିଶୁର ମାଆଙ୍କ କହିବାନୁସାରେ ଅଭିଯୁକ୍ତ ତାଙ୍କ କ୍ବାର୍ଟରର କିଛିଦୂରରେ ଦୋକାନରେ କାମ କରନ୍ତି। ସେ ପ୍ରତିଦିନ ପିଲାମାନଙ୍କୁ ଟଫି ଏବଂ ଚକୋଲେଟ୍ ଦେଉଥିଲେ। ସେହିଦିନ ମଧ୍ୟ ଅଭିଯୁକ୍ତ ଜଣକ ପୀଡ଼ିତା ଶିଶୁଙ୍କୁ ଚକୋଲେଟ ଦେବା ବାହାନାରେ ଡାକିଥିଲା ଏବଂ ଦୁଷ୍କର୍ମ କରିଥିଲା।
ଶିଶୁର ମାଆ ଅଧିକାଂଶ ସମୟରେ କାମ ପାଇଁ ଘର ବାହାରେ ରୁହନ୍ତି। ୩ଦିନ ପୂର୍ବରୁ ଶିଶୁ ପେଟ ବ୍ୟଥା ହେଉଛି କହି କାନ୍ଦିଥିଲେ। ତାଙ୍କୁ ସନ୍ଦେହ ହେବାରୁ ସେ ଝିଅକୁ ପଚାରିବାରୁ ଶିଶୁଟି ତାଙ୍କୁ ସବୁ କଥା କହିଥିଲା। ପୀଡ଼ିତାଙ୍କ ପରିବାର ଲୋକେ ଅଭିଯୁକ୍ତକୁ କଠୋର ଦଣ୍ଡ ଦିଆଯିବାକୁ ଦାବି କରିଛନ୍ତି।