ଭୋପାଳ ୦୬।୧୨ : ବୋରଓ୍ୱେଲରୁ ୫ ବର୍ଷର ଶିଶୁ ଉଦ୍ଧାର । ମଧ୍ୟପ୍ରଦେଶ ରାଜଗଡ଼ରେ ଏକ ୩୦ ଫୁଟିଆ ବୋରଓ୍ୱେଲରେ ଫସିଥିବା ଶିଶୁଙ୍କୁ ଉଦ୍ଧାର କରାଯାଇଛି । ୧୦ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ କୋମଳ ଶିଶୁର ଜୀବନକୁ ସୁରକ୍ଷିତ ଭାବେ ବାହାର କରାଯାଇଛି ।
ଖବର ଅନୁଯାୟୀ, ମଙ୍ଗଳବାର ଦିନ ଅପରାହ୍ନ ସମୟରେ ଶିଶୁ ମାହି ଖେଳୁଥିବା ସମୟରେ ଖୋଲା ଥିବା ବୋରଓ୍ୱେଲ୍ରେ ପଡିଯାଇଥିଲେ । ଯାହାପରେ ତୁରନ୍ତ ଅଗ୍ନିଶମ ବାହିନୀ ଏବଂ ସ୍ଥାନୀୟ ପ୍ରଶାସନକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ । ଆଉ ଏହାପରେ ଆରମ୍ଭ ହୋଇଥିଲା ରେସ୍କ୍ୟୁ ଅପରେସନ୍ । ୩୦ ଫୁଟର ଏହି ବୋରଓ୍ୱେଲ୍ରେ ଶିଶୁଟି ପଡିଥିବା ବେଳେ କିପରି ତାକୁ ସୁରକ୍ଷିତ ଭାବେ ଉଦ୍ଧାର କରିବେ । ସେନେଇ ଆରମ୍ଭ ହୋଇଥିଲା ପ୍ରସ୍ତୁତି ।
wp:html /wp:htmlଶେଷରେ ୧୦ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ରେସ୍କ୍ୟୁ ଅପରେସନ୍ ସଫଳ ହୋଇଛି । ଆଉ ୫ ବର୍ଷର ଶିଶୁଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ବିଳମ୍ବିତ ରାତି ପ୍ରାୟ ୨ ଟା ୩୦ ସମୟରେ ଶିଶୁଟିକୁ ଉଦ୍ଧାର କରାଯାଇଥିଲା । ଏହାପରେ ଆମ୍ବୁଲାନ୍ସ ଯୋଗ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଶିଶୁଟି ଏବେ ସୁସ୍ଥ ଥିବା ଜଣାପଡିଛି ।
ତେବେ ଶିଶୁଟିକୁ ଉଦ୍ଧାର ଲାଗି କଠିନ ପରିଶ୍ରମ କରିଥିଲା ଉଦ୍ଧାରକାରୀ ଦଳ । ଏପିରିକି ସ୍ଥାନୀୟ ଲୋକେ ମଧ୍ୟ ଉଦ୍ଧାରକାରୀ ଦଳ ଅଶେଷ ଅଶେଷ ଧନ୍ୟବାଦ ଦେଇଛନ୍ତି । ରାଜଗଡ଼ ଜିଲ୍ଲାପାଳ ନିଜ ଘଟଣାସ୍ଥଳରେ ପହଞ୍ଚି ସମସ୍ତ କାର୍ଯ୍ୟର ତଦାରଖ କରିଥିଲେ । ଏହି ଉଦ୍ଧାର କାମରେ ଏନ୍ଡିଆର୍ଏଫ୍, ଅଗ୍ନିଶମ ବାହିନୀ ଏବଂ ସ୍ଥାନୀୟ ପୋଲିସ ନିୟୋଜିତ ରହିଥିଲେ ।
wp:embed {"url":"https://www.prameyanews7.com/storm-in-chennai-aamir-khan-rescued-after-being-stuck-for-24-hours/","type":"wp-embed","providerNameSlug":"prameya-news-7"} /wp:embed