ରାସ୍ତାରେ ଛିଡ଼ା ହୋଇଥିବା କାର୍ ଭିତରେ ଶ୍ବାସରୁଦ୍ଧ ହୋଇ ୫ବର୍ଷର ନିରୀହ ଶିଶୁର ମୃତ୍ୟୁ
7/06/2019 at 4:06 PM

ଅହମଦାବାଦ ୭/୬: ଅହମଦାବାଦର ହୀରାବାଡ଼ି ଅଞ୍ଚଳରେ କାରରେ ପଶିବା ପରେ ଶ୍ବାସରୁଦ୍ଧ ହୋଇ ଜଣେ ୫ବର୍ଷ ଶିଶୁର ମୃତ୍ୟୁ ହୋଇଯାଇଛି। ଦୀର୍ଘ ସମୟ ହେବ ରାସ୍ତାରେ ଛିଡ଼ା ହୋଇଥିବା ମାରୁତି ଏଷ୍ଟିମରେ ଖେଳୁ ଖେଳୁ କାରର ଡୋର ଖୋଲି ଶିଶୁ କାର ଭିତରକୁ ଚାଲି ଯାଇଥିଲେ। ତା’ପରେ କାରର ଡୋର ହଠାତ୍ ଲକ୍ ହୋଇଯାଇଥିଲା। ଯାହା ଦ୍ବାରା ଶିଶୁର ଶ୍ବାସରୁଦ୍ଧ ହୋଇ ଯାଇଥିଲା। ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।
ସେଠାକାର ସ୍ଥାନୀୟ ଯୁବକମାନେ କାରର କାଚ ଭାଙ୍ଗି ଶିଶୁଙ୍କୁ ବହାର କରିଥିଲେ। ତାଙ୍କୁ ହସ୍ପିଟାଲ୍ ନିଆଯାଇଥିଲା,କିନ୍ତୁ ଡାକ୍ତରମାନେ ତାଙ୍କୁ ମୃତ ଘୋଷିତ କରିଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।