oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୭ କୋଭିଡ୍ ପଜିଟିଭ୍
  • ||
  • ନବରାତ୍ରର ଦ୍ନିତୀୟ ଦିନ, ବ୍ରହ୍ମଚାରିଣୀ ରୂପେ ଦର୍ଶନ ଦେଉଛନ୍ତି ମାଆ ଜଗଦମ୍ୱା
  • ||
  • ରାଉରକେଲା : ବରିଷ୍ଠ ଆଇନଜୀବୀ ରମେଶ ବଳଙ୍କ ଆତ୍ମହତ୍ୟା, ଶ୍ୱଶୁର ଘରୁ ମିଳିଲା ଝୁଲନ୍ତା ମୃତଦେହ
  • ||
  • ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ, ବର୍ଷାରେ ଭିଜିବ ଦଶହରା
  • ||

ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲେ ୫ବର୍ଷର ଶିଶୁ ଆଶିଷ

8/03/2022 at 5:32 PM

ଟାଙ୍ଗି ୦୮/୦୩ : ବୟସ ମାତ୍ର ୫ବର୍ଷ। ସ୍କୁଲ ଭୂଇଁ ଦେଖି ନାହାନ୍ତି , ତଥାପି ନିଜର ସ୍ମରଣ ଶକ୍ତି ଦ୍ୱାରା ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି ଏହି ଅବୋଧ ଶିଶୁ। ନାମ ଆଶିଷ କୁମାର ରଣସିଂହ , ଘର ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ଥାନା ଅଧିନସ୍ଥ ଚାଷଙ୍ଗରା ଗାଁରେ। ତାଙ୍କ ମା’ ଜଣେ ଗୃହିଣୀ ହୋଇଥିବା ବେଳେ ବାପା ଜଣେ ଅଳ୍ପ ବେତନଧାରୀ କର୍ମଚାରୀ ।

ଆଶିଷ ହଠାତ ନିଜ ପ୍ରତିଭା ବଳରେ ସମସ୍ତଙ୍କୁ ଚମାକାଇ ଦେଇଛନ୍ତି । ଆଶିଷକୁ ଘରେ ମା’ ଗୀତାଞ୍ଜଳୀ ରଣସିଂହ ପାଠ ପଢ଼ାନ୍ତି । ଏହାରି ଭିତରେ ଆଶିଷ ବନିଗଲେ ମାଷ୍ଟର ବ୍ଲାଷ୍ଟର । ଓଡ଼ିଶାର ସମସ୍ତ ଜିଲ୍ଲାର ନାଁ ଫଟାଫଟ କହି ଚାଲିଲେ, ବିଭିନ୍ନ ରାଜ୍ୟର ରାଜଧାନୀର ନାଁ ମଧ୍ୟ ମୁଖସ୍ତ କରି କହୁଛନ୍ତି, ବିଭିନ୍ନ ମହାସାଗର ନାଁ, ଋତୁର ନାମ, ସାଧାରଣ ଜ୍ଞାନର ପ୍ରଶ୍ନ-ଉତ୍ତର ଇତ୍ୟାଦି କହୁଥିବା ଯୋଗୁଁ ଆଶିଷ ଏହି ସଫଳତା ହାସଲ କରିଛନ୍ତି । ଆଶିଷଙ୍କ ଏହି ସଫଳତା ପଛରେ ତା’ର ମାଙ୍କ ପାଠପଢ଼ା ଯୋଗୁ ସମ୍ଭବ ହୋଇଛି ବୋଲି ଆଶିଷର ବାପା ପ୍ରସନ୍ନ କୁମାର ରଣସିଂହ କହିଛନ୍ତି । ଆଶିଷଙ୍କ ଏହି ପ୍ରତିଭାକୁ ତାଙ୍କ ମା’ ଭିଡିଓ କ୍ଲିପିଙ୍ଗ ପ୍ରସ୍ତୁତ କରି ୟୁଟ୍ୟୁବ ମାଧ୍ୟମରେ ଅପ-ଲୋଡ କରି ଏହି ସଫଳତା ହାସଲ କରିଛନ୍ତି । ଆଶିଶଙ୍କର ଏହି ଅନନ୍ୟ କୃତିତ୍ୱ ପାଇଁ ଏବେ ତାଙ୍କର ପରିବାରକୁ ବିଭିନ୍ନ ମହଲରୁ ଶୁଭେଛାର ଶୁଅ ଛୁଟୁଛି ।

   Related Posts