previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ବଢୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୧୬୫୬୧ କରୋନା ପଜିଟିଭ୍
  • ||
  • ଆଜି ମୟୂରଭଞ୍ଜ ଯିବେ ମୁଖ୍ୟମନ୍ତ୍ରୀ, ବୃହତ ଜଳସେଚନ ପ୍ରକଳ୍ପର କରିବେ ଲୋକାର୍ପଣ
  • ||
  • ବିପୁଳ ପରିମାଣର କାଠ ଜବତ, ବିଳମ୍ବିତ ରାତିରେ ହେଉଥିଲା ଚାଲାଣ
  • ||
  • କାଶ୍ମୀର ଘାଟି ଅଶାନ୍ତ, ପୁଣି ପ୍ରବାସୀ ଶ୍ରମିକଙ୍କୁ ଗୁଳି କରି ହତ୍ୟା କଲେ ଆତତାୟୀ
  • ||
  • ଆଣବିକ ଦସ୍ତାବିଜ ପାଇଁ ଟ୍ରମ୍ପଙ୍କ ଘରେ ହୋଇଥିଲା ଚଢଉ : ସାମ୍ନାକୁ ଆସିଲା ବଡ ତଥ୍ୟ
  • ||
  • ଭାରତ ବିପକ୍ଷ ସିରିଜ୍ ପୂର୍ବରୁ ଦମ୍ ଦେଖାଇଲା ଜିମ୍ବାଓ୍ୱେ, ଟିମ୍ ଇଣ୍ଡିଆକୁ କଲା ସତର୍କ
  • ||

ୟୁରିଆ ସାର ବଣ୍ଟନରେ ଅନିୟମିତତା ଅଭିଯୋଗ : ୫ ସେବା ସମବାୟ ସମିତିର ସମ୍ପାଦକଙ୍କୁ ଚାକିରୀରୁ ନିଲମ୍ବିତ

31/08/2020 at 9:45 AM

ବୌଦ୍ଧ ୩୧।୦୮: ବୌଦ୍ଧ ଜିଲ୍ଲାରେ ୟୁରିଆ ସାର ବଣ୍ଟନରେ ଅନିୟମିତତା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ । ଅନିୟମିତତା ଅଭିଯୋଗରେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ୫ ଗୋଟି ସେବା ସମବାୟ ସମିତିର ସମ୍ପାଦକଙ୍କୁ ଚାକିରୀରୁ ନିଲମ୍ବିତ କରିବା ସହ ଜଣେ ସମ୍ପାଦକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ।

ସେହିପରି ୬ ଜଣ ପ୍ରାଇଭେଟ ସାର ରିଟେଲରଙ୍କ ଲାଇସେନ୍ସ ରଦ୍ଦ କରିଥିବା ମଧ୍ୟ ଜଣାପଡିଛି। ମିଳିଥିବା ସୂଚନା ଅନୁସାରେ ଜିଲ୍ଲାର ବୌଦ୍ଧ ବ୍ଲକ୍ ମନୁପାଲି ପ୍ୟାକ୍ସ ସମ୍ପାଦକ ଜତିନ ଭୋଇ, ମୁଣ୍ଡିପଦର ପ୍ୟାକ୍ସ ସମ୍ପାଦକ ରୋହିତାସ୍ୱ ପଣ୍ଡା, ହରଭଙ୍ଗା ବ୍ଲକ୍ ଅଂଚଳରେ ବାମଣ୍ଡା ପ୍ୟାକ୍ସ ସମ୍ପାଦକ ମହେଶ ଖେତି, କଣ୍ଟାମାଲ ବ୍ଲକର ବିଳାସପୁର ପ୍ୟାକ୍ସ ସମ୍ପାଦକ ପ୍ରଦେଶ ଦନ୍ତା , ଲମ୍ବସରୀ ପ୍ୟାକ୍ସ ସଂପାଦକ ମୁରଲୀ ମହାକୁଡ଼ଙ୍କୁ ନିଲମ୍ବିତ କରଯାଇଥିବା ବେଳେ ଆଡେନିଗଡ଼ ପ୍ୟାକ୍ସ ସମ୍ପାଦକ ବିଭୁତି ଭୂଷଣ ସାହୁଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି।  

ସେପଟେ ବଘିଆପଡାର ଲକ୍ଷ୍ମଣା ନାୟକ, ଲକ୍ଷ୍ମୀପ୍ରସାଦର ମୋହନ ସାହୁ, ସାହାଜପାଲର ତ୍ରିନାଥ ମେହେର, ଖଟଖଟିଆର ବିରଞ୍ଚି ମିଶ୍ର ଓ କଣ୍ଟାମାଲର ଜୟ ମାଁ ଇଣ୍ଟରପ୍ରାଇଜ ସାର ବ୍ୟବସାୟୀର ଲାଇସେନ୍ସ ରଦ୍ଦ କରଯାଇଛି।

   Related Posts