ପୁରୀ ୧୦।୦୮ : ପୁରୀ ସମୁଦ୍ରରେ ଲାଗିଛି ନୌସେନାର ଯୁଦ୍ଧ ଜାହାଜ। ସମୁଦ୍ରକୂଳ ଠାରୁ ଅଳ୍ପ କିଛି ଦୂରରେ ରହିଛନ୍ତି ନୌସେନାର ଏହି ଯୁଦ୍ଧ ଜାହାଜ । ଗୋଟିଏ କି ଦୁଇଟି ନୁହେଁ… ଏକାଥରକେ ଭାରତୀୟ ନୌସେନାର ପାଞ୍ଚୋଟି ଯୁଦ୍ଧ ଜାହାଜ ସମୁଦ୍ର କୂଳରେ ଲାଗିଥିବାର ଦେଖିବାକୁ ମିଳିଛି ।
ଖବର ଅନୁଯାୟୀ, ଶନିବାର ଦିନ ସକାଳୁ ସକାଳୁ ପୁରୀର ସମୁଦ୍ରକୂଳରେ ଭାରତୀୟ ନୌସେନାର ପାଞ୍ଚୋଟି ଯୁଦ୍ଧ ଜାହାଜ ଦେଖିବାକୁ ମିଳିଥିଲା । ପୁରୀ ସମୁଦ୍ରରେ ଯୁଦ୍ଧ ଜାହାଜ ଦେଖିବାକୁ ଲୋକଙ୍କ ଭିଡ ଜମିଥିଲା । ଏମିତିକି ପୁରୀ ବୁଲିବାକୁ ଆସିଥିବା ପର୍ଯ୍ୟଟକମାନେ ଯୁଦ୍ଧ ଜାହାଜ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।
ତେବେ ଏତେ ସଂଖ୍ୟକ ଜାହାଜ ପୁରୀ ସମୁଦ୍ର ବୁଲିବାର କାରଣ ଏବେ ଯାଏଁ ସ୍ପଷ୍ଟ ହୋଇନାହିଁ । ହୁଏତ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଉପରେ ନଜର ରଖିବାକୁ ନୌସେନାର ଏହା ପାଟ୍ରୋଲିଂ ହୋଇପାରେ କିମ୍ବା ନୌସେନାର ପାଟ୍ରୋଲିଂର ବି ହୋଇପାରେ । ଜଳପଥ ସୀମାରେ ନଜର ରଖିବାକୁ ସମୟ ସମୟରେ ଭାରତୀୟ ନୌସେନା ପକ୍ଷରୁ ଯୁଦ୍ଧ ଜାହାଜମାନେ ପାଟ୍ରୋଲିଂ କରିଥାନ୍ତି । ଦେଖାଯାଉ ପୁରୀ ସମୁଦ୍ରରେ ଲାଗିଥିବା ଏହି ଯୁଦ୍ଧ ଜାହାଜର କାରଣ କ’ଣ ?