କମାଲ କରୁଛି ରଣବୀରଙ୍କ ସିନେମା ଆନିମଲ: ଭାଙ୍ଗିଲା ୫ ରେକର୍ଡ

Published By : Prameya-News7 Bureau | December 02, 2023 IST

ମୁମ୍ବାଇ: ରଣବୀର କପୁର, ଅନୀଲ କପୁର, ରଶ୍ମିକା ମନ୍ଦାନା, ବବି ଦେଓଲ ଆଦି ବଡ଼ ବଡ଼ ଷ୍ଟାର୍‌ଙ୍କୁ ନେଇ ତିଆରି ହୋଇଥିବା ଫିଲ୍ମ ‘ଆନିମଲ’ ନେଇ ସିନେମା ସମୀକ୍ଷକଙ୍କ ଠାରୁ ମିଶାମିଶି ପ୍ରତିକ୍ରିୟା ମିଳିଥିଲା। ହେଲେ ଏହି ଫିଲ୍ମ କିନ୍ତୁ ରେକର୍ଡ ଆୟ କରୁଛି। କେବଳ ଭାରତ ନୁହେଁ, ଆମେରିକାରେ ମଧ୍ୟ ଲୋକେ ସିନେମାଟିକୁ ପସନ୍ଦ କରୁଛନ୍ତି।

ଫିଲ୍ମର କାହାଣୀ ରଚନା, ନିର୍ଦ୍ଦେଶନା ଓ ସମ୍ପାଦନା କରିଛନ୍ତି ସନ୍ଦୀପ ରେଡ୍ଡେୀ ଭାଙ୍ଗା। ରଣବୀରଙ୍କ ସିନେମା ଆନିମାଲ ଚଳିତ ବର୍ଷର ଦ୍ୱିତୀୟ ବଡ଼ ଓପନିଂ ସିନେମା ହୋଇଛି। ଏଥିସହିତ ଏହି ସିନେମାଟି ମୁକ୍ତିଲାଭ କରିବାର ଗୋଟିଏ ଦିନରେ ୫ଟି ରେକର୍ଡ ଭାଙ୍ଗିଛି। ଆସନ୍ତୁ ଜାଣିବା ସିନେମାର ରେକର୍ଡ ବ୍ରେକର ପରଫରର୍ମାନ୍ସ ବିଷୟରେ।

ରଣବୀର କପୁରଙ୍କ ଏପର୍ଯ୍ୟନ୍ତ ସବୁଠାର ବଡ଼ ଓପନିଂ ଫିଲ୍ମ- ୨୦୦୮ରେ ରଣବୀର କପୁର ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ହେଲେ ‘ୟେ ଯୱାନୀ ହେ ଦିୱାନୀ’ ଫିଲ୍ମ ବକ୍ସ ଅଫିସ୍‌ରେ ହିଟ୍ ହେବା ପରେ ରକ୍‌ଷ୍ଟାର୍, ସଞ୍ଜୁ, ଏବଂ ବ୍ରହ୍ମାସ୍ତ୍ର ଭଳି ସିନେମାରେ ସେ ଅଭିନୟ କରିଥିଲେ। ହେଲେ କୌଣସି ଫିଲ୍ମ ରିଲିଜ୍‌ ହେବାର ଗୋଟିଏ ଦିନରେ ଏତେ ଆୟ କରିପାରି ନଥିଲା। ଯେତେ ଆନିମାଲ କରିଛି। ଆନିମାନ ଫିଲ୍ମଟି ଡେ ୱାନ୍‌ରେ  ୬୧ କୋଟି ଟଙ୍କା ଆୟ କରିଛି। ଏହା ପୂର୍ବରୁ ବ୍ରହ୍ମାସ୍ତ୍ର ଫିଲ୍ମ ଡେ ୱାନ୍‌ରେ ପାଖାପାଖି ୩୭ କୋଟି ଆୟ କରିଥିଲା।

ଚଳିତ ବର୍ଷର ଦ୍ୱିତୀୟ ବଡ଼ ଓପନର ମୁଭି- ଚଳିତ ବର୍ଷ ଶାହାରୁଖ ଖାନ୍‌ଙ୍କ ଫିଲ୍ମ ପଠାନ, ଜୱାନ ଓ ସନି ଦେୱଲ୍‌ଙ୍କ ଫିଲ୍ମ ଟାଇଗର-୩ ଓପନିଂ ଡେର ଭଲ ଆୟ କରି ବକ୍ସ ଅଫିସ୍‌ରେ ରାଜ୍ କରୁଛନ୍ତି। ହେଲେ ରଣବୀରଙ୍କ ଫିଲ୍ମ ରେକର୍ଡ ଭାଙ୍ଗି ଦେଇଛି। ଚଳିତ ବର୍ଷର ଦ୍ୱିତୀୟ ସିନେମା ଭାବେ ‘ଆନିମଲ ଓପନିଂ ଡେର ସର୍ବାଧିକ ଆୟ କରିଛି। ପ୍ରଥମରେ ରହିଛି ଶାହରୁଖଙ୍କ ଫିଲ୍ମ ଜୱାନ। ଏହି ଫିଲ୍ମ ଡେ ୱାନ୍‌ରେ ୭୫ କୋଟି ଆୟ କରିଥିବା ବେଳେ ଦ୍ୱିତୀୟରେ ଆନିମଲ ୬୧ କୋଟି ଆୟ କରିଛି। ତା ପଛକୁ ତୃତୀୟରେ ଥିବା ପଠାନ ୫୭ କୋଟି ଆୟ କରିଛି।  

ପଢ଼ନ୍ତୁ-କପିଲ୍‌ଙ୍କ ସହ ପୁଣି ଦର୍ଶକଙ୍କୁ ଏଣ୍ଟରଣ୍ଟେନ୍‌ କରିବେ ସୁନୀଲ୍‌ ! କହିଲେ-ଘର ବଦଳିଛି..ପରିବାର ନୁହେଁ  

ଏ ସାର୍ଟିଫିକେଟ ମିଳିବା ପରେ ବି ରେକର୍ଡ- ଜୱାନ ଚଳିତ ବର୍ଷର ସବୁଠାରୁ ବଡ଼ ଓପନର ମୁଭି ହୋଇଥିବା ବେଳେ ଏହାକୁ ୟୁ/ଏ ସାର୍ଟିଫିକେଟ୍ ମିଳିଥିଲା। ହେଲେ ଆନିମଲକୁ ଏ ସାର୍ଟିଫିକେଟ୍ ମିଳିଥିବା ସତ୍ତ୍ୱେ ବି ସିନେମାଟି ରେକର୍ଡ ଓପନିଂ ଡେ କରିଛି। ସିନେମାରେ ଭାଓଲେନ୍ସ ଓ ଅତ୍ୟଧିକ ରକ୍ତପାତର ସିନ୍ ଥିବାରୁ ଏହାକୁ ଆଡଲ୍ଟ ସାର୍ଟିଫିକେଟ୍ ଦିଆଯାଇଛି। ବୋଧ୍‌ହୁଏ ଏହା ପ୍ରଥମ ଭାରତୀୟ ସିନେମାରେ ଗୋଟିଏ ଚଳଚ୍ଚିତ୍ରକୁ ଏ ସାର୍ଟିଫିକେଟ୍ ମିଳିବା ସତ୍ତ୍ୱେ ବି ବିଶ୍ୱବ୍ୟାପୀ ୧୦୦ କୋଟି ଆୟ କରିବାରେ ସଫଳ ହୋଇଛି।  

ନିର୍ଦ୍ଧେଶକ ଭାଙ୍ଗାଙ୍କର ବିଗେଷ୍ଟ ଓପନର ମୁଭି- ନିର୍ଦ୍ଦେଶକ ରେଡ୍ଡୀ ଭାଙ୍ଗା ପୂର୍ବରୁ ଅର୍ଜୁନ ରେଡ୍ଡୀ, କବୀର ସିଂହଙ୍କ ଭଳି ହିଟ୍ ମୁଭି ଦେଇଛନ୍ତି। ହେଲେ ଆନିମଲ ଭଳି ବଡ଼ ଓପନିଂ କୌଣସି ଫିଲ୍ମ କରି ନଥିଲେ। ଏଥିସହିତ ପ୍ରଥମ ଥର ପାଇଁ ସେ ରଣବୀରଙ୍କ ସହ ସିନେମା କରିଛନ୍ତି।  

ବିନା ପର୍ବପର୍ବାଣୀରି ରିଲିଜ୍ ହୋଇ ବି ବଡ଼ ଓପନିଂ- ବିନା ଛୁଟି ଦିନରେ ଓ ବିନା କୌଣସି ପର୍ବପର୍ବଣୀ ଦିନରେ ମୁକ୍ତିଲାଭ କରି ମଧ୍ୟ ସିନେମା ଓପନିଂ ଡେର ଭଲ ଆୟ କରିଛି। ଦ୍ୱିତୀୟ ଦିନରେ ବି ଭଲ ଟିକେଟ୍ ବିକ୍ରି ହୋଇଛି ବୋଲି କୁହାଯାଉଛି। ତେଣୁ ସିନେମାଟି ଆଗକୁ ଆହୁରି ରେକର୍ଡ ଭାଙ୍ଗିବ ବୋଲି କୁହାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.