ନକ୍ସଲ ଆକ୍ରମଣରେ ୫ ସୁରକ୍ଷାକର୍ମୀ ସହିଦ, ଥାନାରୁ ଲୁଟି ନେଲେ ଅସ୍ତ୍ରଶସ୍ତ୍ର

Published By : Prameya-News7 Bureau | June 15, 2019 IST

ଝାଡଖଣ୍ଡ ୧୫|୬:  ଝାଡଖଣ୍ଡ ଷଢେଇକଳାରେ ବଡ ନକ୍ସଲ ଆକ୍ରମଣରେ ୫ଜଣ ସୁରକ୍ଷାକର୍ମୀ ସହିଦ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ତିରୁଲଡିହ ଥାନା ଉପରେ ନକ୍ସଲମାନେ ଅତର୍କିତ ଆକ୍ରମଣ କରିଥିଲେ । ଏହି ସମୟରେ ପୋଲିସ କର୍ମଚାରୀମାନେ ଥାନାରେ ଉପସ୍ଥିତ ଥିଲେ । କିଛି ନକ୍ସଲ ବାଇକ୍‌ରେ ଆସି ଅତର୍କିତ ଗୁଳି ଚଳାଇଥିଲେ । ନକ୍ସଲଙ୍କ ଆକ୍ରମଣରେ ୫ ସୁରକ୍ଷାକର୍ମୀ ସହିଦ ହୋଇଥିବା ସୂଚନା ମିଳିଛି ।

ମୃତକଙ୍କ ମଧ୍ୟରୁ ଦୁଇ ଜଣ ଏଏସଆଇ ଏବଂ ୩ ଜଣ କନଷ୍ଟେବଳ ଅଛନ୍ତି । ନକ୍ସଲମାନେ ଥାନାରୁ ଅସ୍ତ୍ରଶସ୍ତ୍ର ଲୁଟି ନେଇଛନ୍ତି ।  ସ୍ଥାନୀୟ ଅଞ୍ଚଳରେ ଜାରି ରହିଛି କମ୍ବିଂ ଅପରେସନ୍

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.