ବିଚାରଧୀନ କଏଦୀ ତପନ ରାଉତ ଫେରାର ଘଟଣା: ୫ ପୋଲିସ କର୍ମଚାରୀ ନିଲମ୍ବିତ

Published By : Prameya-News7 Bureau | August 11, 2019 IST

ନୟାଗଡ ୧୧|୮: ବିଚାରଧୀନ କଏଦୀ ତପନ ରାଉତ ଫେରାର ଘଟଣାରେ ୫ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କଲେ ନୟାଗଡ ଏସ୍‌ପି । କାର୍ଯ୍ୟରେ ଅବହେଳା ପାଇଁ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି ।

ସୂଚନାଯୋଗ୍ୟ ଯେ, ଗତ ୯ ତାରିଖରେ ଭାପୁର କୋର୍ଟରେ ହାଜିରା ସମୟରେ ଫେରାର ହୋଇଯାଇଥିଲା ବିଚାରଧୀନ କଏଦୀ ତପନ ରାଉତ । ଏହା ପୂର୍ବରୁ ମଧ୍ୟ ଦୁଇ ଦୁଇ ଥର ଖଣ୍ଡପଡା ଜେଲ୍‌ରୁ ଫେରାର ହୋଇଥିଲା ତପନ ।

ଗତ ୩ତାରିଖରେ ଖଣ୍ଡପଡା ଉପକାରାଗାରର ପାଚେରୀ ଡେଇଁ ତପନ ଫେରାର ହୋଇଯାଇଥିଲେ । ପୂର୍ବରୁ ମେ ମାସ ୧୦ ତାରିଖରେ ମଧ୍ୟ ଜେଲରୁ ଫେରାର ହୋଇଯାଇଥିଲା । ପରଦିନ ପୋଲିସ ହାତରେ ଧରାପଡିଥିଲା । ତପନର ଘର ଫେତେପୁର ଥାନା କରବର ଗାଁରେ । ଏକ ଦୁଷ୍କର୍ମ ମାମଲାରେ ଜେଲ୍ ରେ ଥିଲା ତପନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.