ରାସ୍ତା କାମକୁ ନେଇ ଗୋଷ୍ଠୀ ସଂଘର୍ଷ, ୫ ଗୁରୁତର ମେଡିକାଲରେ ଭର୍ତ୍ତି

Published By : Prameya-News7 Bureau | December 02, 2023 IST

ସୋର ୨।୧୨: ରାସ୍ତା କାମକୁ ନେଇ ଗ୍ରାମରେ ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ । ୫ ଜଣ ଗୁରୁତର ଅବସ୍ଥାରେ ମେଡିକାଲ ଭର୍ତ୍ତି ।

ସୂଚନାଯୋଗ୍ୟ ଯେ, ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ସାନଜୟୀପୁର ଗ୍ରାମର ଶନିବାର ଏକ କଂକ୍ରିଟ ରାସ୍ତା କାମ ଚାଲିଥିବା ବେଳେ ଉକ୍ତ ରାସ୍ତା ଜଡ଼ା ସାହୁଙ୍କ ଘର ଥିବାରୁ ସେ ରାସ୍ତା କାମ ପାଇଁ ଜାଗା ଦେଇନଥିଲେ । ଯାହାକୁ ନେଇ ବିଷ୍ଣୁ ମୋହନ ସାହୁ ସମେତ କିଛି ଗ୍ରାମବାସୀ ଏହାକୁ ବିରୋଧ କରିବାରୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ପରେ ଠେଙ୍ଗା କୁରାଢ଼ୀରେ ଜଡ଼ା ସାହୁ ସମେତ କିଛି ବ୍ୟକ୍ତି ଆକ୍ରମଣ କରିଥିଲେ । ଏଥିରେ ୫ ଜଣ ଗୁରୁତର ହୋଇପଡ଼ିଥିବା ବେଳେ ୧୦୮ ଆମ୍ବୁଲାନ୍ସରେ ସିମୁଳିଆ ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

You Can Read :

wp:embed {"url":"https://www.prameyanews7.com/again-tiger-menace-in-nuapada-district/","type":"wp-embed","providerNameSlug":"prameya-news-7"}
https://www.prameyanews7.com/again-tiger-menace-in-nuapada-district/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.