scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଟ୍ରକ ଧକ୍କାରେ ୫ ବରଯାତ୍ରୀ ମୃତ, ବାହା ନହୋଇ ଫେରିଗଲା ବର

28/06/2023 at 7:30 AM

କେନ୍ଦୁଝର ୨୮।୦୯ : କେନ୍ଦୁଝରରେ ମର୍ମନ୍ତୁଦ ଦୁର୍ଘଟଣା । ବରଯାତ୍ରୀଙ୍କ ଉପରେ ମାଡି ଗଲା ଟ୍ରକ । ଏହି ଦୁର୍ଘଟଣାରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ଜଣ ଗୁରୁତର ହୋଇଛନ୍ତି । ଗୁରୁତର ମାନଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଅବସ୍ଥା ଗୁରୁତର ଥିବାରୁ କଟକ ସ୍ଥାନାନ୍ତର କରାଯାଇଛି । କେନ୍ଦୁଝର ୨୦ ନମ୍ବର ଜାତୀୟ ରାଜପଥ ଷଠିଘରସାହୀ ନିକଟରେ ଦୁର୍ଘଟଣା ହୋଇଛି।

ଖବର ଅନୁଯାୟୀ, ରାତି ସାଢେ ଗୋଟାଏରେ ବରଯାତ୍ରୀ ମାନେ ଡିଜେ ବଜାଇ ରୋଷଣି ସହ ବରକୁ ନେଇ ଶୋଭାଯାତ୍ରା ରେ ଯାଉଥିଲେ । ଝିଅ ଘର ଠାରୁ ମାତ୍ର କିଛି ଦୂରରେ ଜାତୀୟ ରାଜପଥରେ ଯାଉଥିବା ଏକ ଟ୍ରକ ବରଯାତ୍ରୀଙ୍କ ଉପରେ ମାଡି ଯାଇଥିଲା । ଫଳରେ ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ୭ ଜଣ ଗୁରୁତର ହୋଇ ହୋଇଛନ୍ତି । ଘଟଣାସ୍ଥଳରେ ତୁରନ୍ତ ଅଗ୍ନୀଶମ ବାହିନୀ ପହଞ୍ଚି ଗୁରୁତର ମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।

ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତେଜନା ଦେଖାଦେଇଥିଲା। ବାରମ୍ଵାର ସେହି ଅଞ୍ଚଳରେ ଦୁର୍ଘଟଣା ଘଟି ଜୀବନ ଯାଉଥିବାରୁ ଏଠାରେ ଏକ ଓଭରବ୍ରିଜ ଦାବି ରେ ସ୍ଥାନୀୟ ଲୋକେ ଜାତୀୟ ରାଜପଥ ଅବରୋଧ କରିଥିଲେ । ଏମିତିକି ମୃତଦେହ ଉଠାଇବାକୁ ଦେଇନଥିଲେ । ପୋଲିସ ଓ ତହସିଲଦାର ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା ପରେ ମୃତଦେହ ଗୁଡିକୁ ଘଟଣାସ୍ଥଳରୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଯାଇଛି । ହେଲେ ରାସ୍ତା ଅବରୋଧ ଜାରି ରହିଛି ।

କେନ୍ଦୁଝର ହରିଚନ୍ଦନପୁର ବ୍ଲକ ମାନପୁର ଗାଁର ବରଯାତ୍ରୀ ପୁରୁଣା ସହର ସ୍ଥିତ ଷଠିଘରସାହିର କନ୍ୟା ଘରକୁ ରୋଷଣୀ କରି ଯାଉଥିଲେ । ଦୁର୍ଘଟଣା ପରେ ଘଟଣା ସ୍ଥଳରୁ ବର ଫେରିଯାଇଛି । ଫଳରେ କନ୍ୟା ମଙ୍ଗୁଳା ହୋଇ ରହିଯାଇଛି ଓ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

You Can Read :




   Related Posts