କରଞ୍ଜିଆ ୦୭।୦୯ : ଶିମିଳିପାଳ ଅଭୟାରଣ୍ୟରେ ଦନ୍ତା ହାତୀ ଶିକାର ଘଟଣା । ଆଉ ୫ ଜଣଙ୍କୁ ବାନ୍ଧିଲା ବନବିଭାଗ । ଗିରଫ ପରେ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯିବ ବୋଲି ଜଣାପଡିଛି ।
ଖବର ଅନୁଯାୟୀ, ୨୦୨୩ ମସିହା ନଭେମ୍ବର ମାସରେ ଶିମିଳିପାଳ ଦକ୍ଷିଣ ବନ୍ୟାପ୍ରାଣୀ ବନଖଣ୍ଡର ଜାତୀୟ ଉଦ୍ୟାନ୍ ରେଞ୍ଜ ଅଞ୍ଚଳରେ ଏକ ଦନ୍ତା ହାତୀର ଶିକାର କରାଯାଇଥିଲା । ଏହାପରେ ଉକ୍ତ ହାତୀର ଦାନ୍ତ କାଟି ନିଆଯାଇଥିଲା । ପରେ ବନବିଭାଗ ଘଟଣାର ତଦନ୍ତ କରି ୧୬ ଜଣ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି ୧୧ ଶିକାରୀଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା ବନବିଭାଗ । ବାକି ଫେରାର ଥିଲେ ଆଉ ୫ ଅଭିଯୁକ୍ତ । ଶେଷରେ ବନବିଭାଗ ଫେରାର ଥିବା ୫ ଜଣଙ୍କୁ ଗିରଫ କରିଛି । ଗିରଫ ୫ ଅଭିଯୁକ୍ତଙ୍କ ମଧ୍ୟରେ ୩ ଜଣ କନ୍ଦିବିଲ୍ ଏବଂ ଅନ୍ୟ ଦୁଇ ଜଣ ଭାଲିଗୋଡ଼ା ଏବଂ ଖେଜୁରି ଗାଁର ବୋଲି ଜଣାପଡିଛି ।