scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଟାଇଟାନିକ୍‌ ବୁଡ଼ାଜାହଜର ଭଗ୍ନାବଶେଷ ଦେଖିବାକୁ ଯାଇଥିବା ପାଞ୍ଚ ଜଣକ ମୃତ୍ୟୁ, ସ୍ପଷ୍ଟ କଲା କମ୍ପାନି

23/06/2023 at 8:03 AM

ନୂଆଦିଲ୍ଲୀ, ୨୩/୦୬: ଟାଇଟାନିକ୍‌ ଜାହାଜର ଭଗ୍ନାବଶେ​ଷ ଦେଖିବା ପାଇଁ ଯାଇଥିବା ବୁଡ଼ାଜାହଜରେ ଥିବା ପାଞ୍ଚ ଜଣକ ମୃତ୍ୟୁ। ଟାଇଟନ୍ ନାମକ ଏହି ବୁଡ଼ା ଜାହଜ ଉତ୍ତର ଆଣ୍ଟଲାଣ୍ଟିକ୍‌ରେ ନିଖୋଜ ହୋଇଯାଇଥିଲା। ଯାହାକୁ ଖୋଜିବା ପାଇଁ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ। ତେବେ ଦୁଃଖର ବିଷୟରେ ଯେ ଏହି ବୁଡ଼ାଜାହଜଟି ମିଳିଛି ସତ କିନ୍ତୁ ଏଥିରେ ଥିବା ପାଞ୍ଚ ଜଣକ ମୃତ୍ୟୁ ହୋଇଛି। ପାଞ୍ଚ ଜଣକ ମୃତ୍ୟୁ ହୋଇଥିବା ନେଇ କମ୍ପାନି ଓସେନଗେଟ୍‌ ତରଫରୁ ସ୍ପଷ୍ଟ ହୋଇଛି।

ସୂଚନାଯୋଗ୍ୟ, ଆଟଲାଣ୍ଟିକ୍‌ ମହାସାଗରରେ ୧୯୧୨ରେ ବୁଡ଼ି ଯାଇଥିବା ଟାଇଟାନିକ ଜାହଜର ଭଗ୍ନାବଶେଷ ଦେଖିବାକୁ ଯାଇଥିବା ଏହ ବୁଡ଼ାଜାହଜ ଜୁନ୍‌ ୧୮ରୁ ନିଖୋଜ ହୋଇଯାଇଥିଲା। ଆଉ ମହସାଗରକୁ ଯିବାର ମାତ୍ର ଦୁଇ ଘଣ୍ଟା ପରେ ହଠାତ୍‌ ଟାଇଟନ ସହ ଯୋଗଯୋଗ ଚ୍ଛିନ୍ନ ହୋଇଥିଲା। ଏହା ପରେ ସେମାନଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ଗୁରୁବାର  ଆମେରିକା କୋଷ୍ଟ ଗାର୍ଡକୁ ଏହି ବୁଡ଼ାଜାହଜର କିଛି ଭଗ୍ନାବଶେଷ ମିଳିଥିଲା।

ଏହା ପରେ ବିଶେଷଜ୍ଞଙ୍କ ଟିମ୍‌ ଯାଞ୍ଚରେ ଲାଗିପଡ଼ିଥିଲା। କୁହାଯାଉଛି ଟାଇଟନରେ ଏକ ବିସ୍ଫୋରଣ ପରେ ଏହି ଦୁର୍ଘଟଣା ହୋଇଥିଲା। ତେବେ ବର୍ତ୍ତମାନ ସମୟରେ ଟାଇଟନର ଭଗ୍ନାବଶେଷକୁ କାଢ଼ିବା ପାଇଁ ଚେଷ୍ଟା କରାଯାଉଛି। ଟାଇଟନ ବୁଡ଼ାଜାହଜରେ ଥିବା ପାଞ୍ଚ ଜଣକ ମଧ୍ୟରେ ଓସେନଗେଟର ସିଇଓ ଷ୍ଟକଟନ ରସ୍‌, ରାଜକୁମାର ଦାଉଦ ଏବଂ ତାଙ୍କ ପୁଅ ସଲେମାନ ଦାଉଦ, ହାମିଶ ହାର୍ଡିଗ ଏବଂ ପଲ-ହେନରୀ ନାର୍ଜିୟୋଲେଟ୍‌ ରହିଥିଲେ। ତେବେ ପାଞ୍ଚ ଜଣକ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିବା ସହ ଓସେନଗେଟ କମ୍ପାନି ମୃତକଙ୍କ ପରିବାରକୁ ସମବେଦନା ଜଣାଇଛି।

ହଠାତ୍ ନିଖୋଜ ହୋଇଥିବା ବୁଡ଼ାଜାହଜଙ୍କୁ ଖୋଜ୍ କରିବା ସହଜ ନଥିଲା। ଆମେରିକା କୋଷ୍ଟ ଗାର୍ଡ ପ୍ରବକ୍ତା କହିଥିଲେ ଯେ, ଉଦ୍ଧାରକାର୍ଯ୍ୟରେ ଅନେକ ବାଧା  ଆସିଥିଲା। ପାଣି ଭିତରେ ଭିଜିବିଲିଟି ଯୋଗୁଁ ଉଦ୍ଧାରକାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା। ପ୍ରକୃତ​ରେ ପାଣିରେ ଅଧିକ ବାଟ ପର୍ଯ୍ୟନ୍ତ ଆଲୋକ ପଡ଼ିପାରେ ନାହିଁ। ଯେତେବେଳେକି ବୁଡ଼ାଜାହଜ ପ୍ରାୟ ୩କିମି ଦୂରରେ ରହିଥିଲା। ଏମିତିରେ ସର୍ଚ୍ଚ ଟିମ୍‌କୁ ସ୍ପଷ୍ଟ ଭାବରେ ଦେଖିବାରେ ଅସୁବିଧା ହୋଇଥିଲା।

ଆହୁରି ପଢ଼ନ୍ତୁ: ନିଖୋଜ ଟାଇଟନର ମିଳିଲା ସନ୍ଧାନ ! ଟାଇଟନିକ ନିକଟରେ ଦେଖାଗଲା ଭଗ୍ନାବଶେଷ, ତଦନ୍ତ ଜାରି

   Related Posts