ଦିଲ୍ଲୀରେ ବଦଳିଲେ ୫IPS ଅଫିସର, ମୃତ୍ୟୁ ସଂଖ୍ୟା ୨୨
26/02/2020 at 2:44 PM

ନୂଆଦିଲ୍ଲୀ ୨୬।୦୨: ଦିଲ୍ଲୀରେ ଥମୁନି CAA ବିରୋଧୀ ହିଂସା । ରବିବାର ଠାରୁ ଆରମ୍ଭ କରି ମଙ୍ଗଳବାର ପର୍ଯ୍ୟନ୍ତ ସାରା ଦିଲ୍ଲୀରେ ଦେଖିବାକୁ ମିଳିଛି ହିଂସାକାଣ୍ଡ । ବର୍ତ୍ତମାନ ପର୍ଯ୍ୟନ୍ତ ହିଂସାକାଣ୍ଡରେ ୨୨ଜଣଙ୍କ ମୃତ୍ୟୁ ହୋଇସାରିଲାଣି । ହିଂସାରେ ଶତାଧିକ ଲୋକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ବିଭିନ୍ନ ମେଡିକାଲରେ ଭର୍ତ୍ତି କରାଯାଇଛି । ଏବଂ ସେମାନଙ୍କ ଚିକିତ୍ସା ଜାରି ରହିଛି । ହିଂସାକାଣ୍ଡକୁ ନେଇ ଦିଲ୍ଲୀ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଛି । ୫ଜଣ ଆଇପିଏସ୍ ଅଫିସରଙ୍କୁ ବଦଳି କରାଯାଇଛି ଦିଲ୍ଲୀ ପୋଲିସ । ହିଂସା ସମୟରେ ଠିକଣା ଭାବରେ ଦାୟିତ୍ବ ନକରିବା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ସୂଚନା ମିଳିଛି ।
ସୂଚନାଯୋଗ୍ୟ ଯେ, CAAକୁ ନେଇ ବିପକ୍ଷବାଦୀ-ସପକ୍ଷବାଦୀଙ୍କ ମଧ୍ୟରେ ହିଂସା ଘଟିଛି । ହିଂସାକୁ ନେଇ ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ହୋଇଛନ୍ତି । ଶୁଣାଣି ସମୟରେ କୋର୍ଟ ଉଦ୍ବେଗପ୍ରକାଶ କରିଥିଲେ । ଏବଂ କହିଥିଲେ ଯେ, ଦିଲ୍ଲୀକୁ ୧୯୮୪ଦଙ୍ଗା ସମୟ ଭଳି ପରିସ୍ଥିତି କରିବାକୁ କୋର୍ଟ ଦେବ ନାହିଁ । ତୁରନ୍ତ ହିଂସା କିପରି ରୋକାଯାଇପାରିବ ସେନେଇ ପଦକ୍ଷେପ ନେବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ରଙ୍କୁ ଜଣାଇଛନ୍ତି ।ସେପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଓ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ପ୍ରଭାବିତ ଅଞ୍ଚଳ ଗସ୍ତ କରିଛନ୍ତି ।