scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଉଦ୍ଧାର ହେଲେ ପାଞ୍ଚ ଓଡ଼ିଆ ଶ୍ରମିକ, ଦୀପାବଳିଠାରୁ ଫସିଥିଲେ ସିଲକ୍ୟାରା ସୁଡ଼ଙ୍ଗରେ

28/11/2023 at 9:33 PM

Tunnel

ନୂଆଦିଲ୍ଲୀ: ସିଲକ୍ୟାରା ସୁଡ଼ଙ୍ଗରେ ଫସିଥିବା ସମସ୍ତ ୪୧ ଜଣ ଶ୍ରମିକଙ୍କୁ ସଫଳତାର ସହ ଉଦ୍ଧାର କରାଯାଇଛି। ୧୭ ଦିନ ପରେ ସେମାନେ ବାହାରିଛନ୍ତି ଅନ୍ଧାରୀ ସୁଡ଼ଙ୍ଗ ଭିତରୁ । ତେବେ ଏହି ଶ୍ରମିକଙ୍କ ମଧ୍ୟରେ ଥିବା ପାଞ୍ଚ ଓଡ଼ିଆ ଶ୍ରମିକ ମଧ୍ୟ ସୁରକ୍ଷିତ ଭାବରେ ଉଦ୍ଧାର ହୋଇଛନ୍ତି । ଉଦ୍ଧାର ହୋଇଥିବା ପାଞ୍ଚ ଓଡ଼ିଆ ଶ୍ରମିକ ହେଉଛନ୍ତି- ତପନ ମଣ୍ଡଳ, ଭଗବାନ ଭତ୍ରା, ରାଜୁ ନାୟକ, ଧୀରେନ ନାୟକ, ବିଶ୍ବେଶ୍ବର ନାୟକ । ଉଦ୍ଧାର ପରେ ସମସ୍ତଙ୍କୁ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ହସ୍ପିଟାଲ ନିଆଯାଇଛି।

ସୂଚନାଯୋଗ୍ୟ, ଉତ୍ତରକାଶୀ ଜିଲ୍ଲାରେ ଯମୁନୋତ୍ରୀ ରାଷ୍ଟ୍ରୀୟ ରାଜମାର୍ଗରେ ଚାରିଧାମ ସଡ଼କ ପରିଯୋଜନା ପାଇଁ ନିର୍ମାଣାଧୀନ ସୁଡ଼ଙ୍ଗ ନଭେମ୍ୱର ୧୨ ରବିବାର ଭୁଶୁଡି ପଡ଼ିଥିଲା । ଆଉ ଏଥିରେ ଫସିରହିଥିଲେ ଏହି ଶ୍ରମିକ। ବଡ଼ ବଡ଼ ମେସିନ ଜରିଆରେ ସୁଡ଼ଙ୍ଗକୁ ଡ୍ରିଲ୍ କରି ସେମାନଙ୍କୁ ବାହାର କରିବାକୁ ଉଦ୍ୟମ କରାଯାଇଥିଲେ ବି ତାହା ବିଫଳ ହୋଇଥିଲା। ଶେଷରେ ରାଟ ମାଇନର୍ସଙ୍କ ଦ୍ବାରା ହାତରେ ଖୋଳାଯାଇଥିଲା ସୁଡ଼ଙ୍ଗ। ଆଉ ଏଥିରେ ସଫଳତା ମିଳିଥିଲା।

ଆହୁରି ପଢ଼ନ୍ତୁ: କେମିତି ସୁଡ଼ଙ୍ଗରେ ଫସିଥିଲେ ୪୧ ଶ୍ରମିକ ? କ’ଣ ଘଟିଥିଲା ୧୭ ଦିନ ତଳେ ? ଜାଣନ୍ତୁ ଉତ୍ତରକାଶୀ ସୁଡ଼ଙ୍ଗ ଦୁର୍ଘଟଣାର ପୂରା କାହାଣୀ

ଉଦ୍ଧାର ହୋଇଥିବା ପାଞ୍ଚ ଓଡ଼ିଆ ଶ୍ରମିକ:

ତପନ ମଣ୍ଡଳ, ଓଡ଼ିଶା
ଭଗବାନ୍ ଭତ୍ରା, ଓଡ଼ିଶା
ରାଜୁ ନାୟକ, ଓଡ଼ିଶା
ଧୀରେନ ନାୟକ, ଓଡ଼ିଶା
ବିଶ୍ବେଶ୍ବର ନାୟକ, ଓଡ଼ିଶା

   Related Posts