ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ORHDC ଦୁର୍ନୀତି ମାମଲା, IAS ବିନୋଦ କୁମାରଙ୍କ ସହ ୬ ଜଣଙ୍କୁ ଜେଲ୍‌ଦଣ୍ଡ ଶୁଣାଇଲେ ସ୍ପେଶାଲ୍‌ ଜଜ୍‌
  • ||
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

ରାସ୍ତାକଡ଼ରେ ଛିଡ଼ା ହୋଇଥିଲା ବସ୍‌, ପଛପଟୁ ପିଟିଲା ଟ୍ରକ ; ଚାଲିଗଲା ୫ ଯାତ୍ରୀଙ୍କ ଜୀବନ

29/06/2021 at 9:22 AM

ଲକ୍ଷ୍ନୌ ୨୯।୦୬: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ରାସ୍ତାକଡ଼ରେ ଛିଡା ହୋଇଥିବା ବସ୍‌କୁ ପଛପଟୁ ଜୋରଦାର ଧକ୍କା ଦେଲା ଟ୍ରକ । ଦୁର୍ଘଟଣାରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଉତ୍ତରପ୍ରଦେଶ ଆଗ୍ରା-ଲକ୍ଷ୍ମୌ ଏକ୍ସପ୍ରେସ୍‌ରେ ଘଟିଛି ଦୁର୍ଘଟଣା ।

ଖବର ଅନୁଯାୟୀ, ମଙ୍ଗଳବାର ଦିନ ସକାଳ ସମୟରେ ଆଗ୍ରା-ଲକ୍ଷ୍ମୌ ଏକ୍ସପ୍ରେସ୍‌ର ରାସ୍ତାକଡ଼ରେ ଏକ ବସ୍‌ କୌଣସି କାରଣରୁ ଛିଡ଼ା ହୋଇଥିଲା । ପଛପଟୁ ଆସୁଥିବା ଏକ ଟ୍ରକ ବସ୍‌କୁ ଜୋରଦାର ଧକ୍କା ଦେଇଥିଲା । ଯାହାଫଳରେ କି ୫ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଜଣ ଗୁରୁତର ହୋଇଥିଲେ । ଦୁର୍ଘଟଣା ସଂପର୍କରେ ଖବର ପାଇଁ ସ୍ଥାନୀୟ ପ୍ରଶାସନ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ । ଦୁର୍ଘଟଣା ସ୍ଥଳରୁ ମୃତାହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲକୁ ପଠାଇଛନ୍ତି ଉଦ୍ଧାରକାରୀ ଦଳ । କିଛି ଗୁରୁତରଙ୍କ ଅବସ୍ଥା ସୁଧୁରୁଥିବା ସୂଚନା ରହିଛି ।

ତେବେ, ଦୁର୍ଘଟଣାଗ୍ରସ୍ଥ ବସ୍‌ଟି ଏକ ଟ୍ରାଭେଲ୍‌ ଏଜେନ୍ସିର ବୋଲି ସୂଚନା ମିଳିଛି । ଯାତ୍ରୀଙ୍କୁ ନେଇ ଆଗ୍ରାରୁ ଲକ୍ଷ୍ମୌ ଅଭିମୁଖେ ଯାଉଥିଲେ । କିନ୍ତୁ ଅଧାରାସ୍ତାରେ ଘଟିଲା ଦୁର୍ଘଟଣା । ଯାହାଫଳରେ ୫ଜଣ ଯାତ୍ରୀଙ୍କ ଜୀବନ ଚାଲିଯାଇଛି ।

   Related Posts