ପିକନିକ୍ ସାରି ଫେରିବା ବେଳେ ବୋଲେରୋ ସହ ମୁହାଁମୁହିଁ ଧକ୍କା ହେଲା ଟ୍ରଲର : ୫ ଜଣଙ୍କର ମୃତ୍ୟୁ, ୮ ଗୁରୁତର

Published By : Prameya-News7 Bureau | December 29, 2020 IST

କୋଲକତା ୨୯।୧୨: ପିକନିକ୍ ସାରି ଫେରୁଥିବା ବେଳେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

{"id":384237,"sizeSlug":"large","linkDestination":"none"}

ସୂଚନାଯୋଗ୍ୟ ଯେ, ପଶ୍ଚିମବଙ୍ଗ ପୁରୁଲିଆ ସ୍ଥିତ ଅଯୋଧ୍ୟା ପାହାଡରେ ପିକନିକ୍ ସାରି ଫେରୁଥିବା ବେଳେ ଏକ ବୋଲେରୋ ଦୁର୍ଘଟଣାର ଶିକାର ହୋଇଛି । ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଗୁରୁତର ହୋଇଛନ୍ତି । ବାଙ୍କୁଡା ଜିଲ୍ଲା ସ୍ଥିତ ଛାତନା ଥାନା ଅନ୍ତର୍ଗତ ୬୦ ନଂ ଜାତୀୟ ରାଜପଥରେ ସଡକ ଦୁର୍ଘଟଣା ହୋଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

{"id":384238,"sizeSlug":"large","linkDestination":"none"}

ପୋଲିସର କହିବା ଅନୁସାରେ ପିକନିକ୍ ସାରି ଫେରୁଥିବା ବେଳେ ବୋଲେରୋ ଗାଡି ଅପରପାର୍ଶ୍ଵରୁ ଆସୁଥିବା ଏକ ଟ୍ରଲର ସହ ମୁହାଁମୁହିଁ ହୋଇ ଥିଲା । ଯାହା ଫଳରେ ଏତେ ବଡ଼ ଦୁର୍ଘଟଣା ହୋଇଛି । ଦୁର୍ଘଟଣା ପରେ ଟ୍ରକ୍ ଚାଳକଙ୍କ ସହ ଟ୍ରକ୍ ଖଲାସୀ ଫେରାର ହୋଇଯାଇଛନ୍ତି । ସେମାନଙ୍କୁ ଖୋଜାଚାଲିଛି । ୮ ଜଣ ଗୁରୁତରଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.