scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଅନ୍ତର୍ଜାତୀୟ ମହତ୍ୱର ଆର୍ଦ୍ରଭୂମି ରୂପେ ଆଉ ୫ ଭାରତୀୟ ସ୍ଥାନ ରାମସର ସୂଚୀରେ ସାମିଲ

26/07/2022 at 6:15 PM

ନୂଆଦିଲ୍ଲୀ ୨୬।୭: ରାମସର ଚୁକ୍ତି ଅନୁସାରେ ଆଉ ୫ ଭାରତୀୟ ସ୍ଥଳଙ୍କୁ ଅନ୍ତର୍ଜାତୀୟ ମହତ୍ୱର ଆର୍ଦ୍ଦଭୂମି ମାନ୍ୟତା ମିଳିଛି। କେନ୍ଦ୍ର ପରିବେଶ ମନ୍ତ୍ରାଳୟ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। ଏହି ମାନ୍ୟତା ସହ ଦେଶରେ ଆର୍ଦ୍ଦଭୂମି ସଂଖ୍ୟା ୫୪କୁ ପହଞ୍ଚିଛି। ମନ୍ତ୍ରାଳୟଙ୍କ ଅନୁସାରେ ଯେଉଁ ୫ ସ୍ଥଳଙ୍କୁ ଆର୍ଦ୍ଦଭୂମି ଭାବେ ମାନ୍ୟତା ମିଳିଛି ଏଥିରେ ତାମିଲନାଡୁର ୩, ମଧ୍ୟପ୍ରଦେଶର ୧ ଓ ମିଜୋରାମର ଗୋଟିଏ ସ୍ଥାନ ରହିଛି।

ରାମସର ସୂଚୀର ଉଦ୍ଦେଶ୍ୟ ଆର୍ଦ୍ଦଭୂମିର ଏକ ଅନ୍ତରାଷ୍ଟ୍ରୀୟ ନେଟୱାର୍କ ବିକଶିତ କରିବା ଓ ଏହାକୁ କାୟମ ରଖିବା। ଯାହା ବୈଶ୍ୱିକ ଜୈବ ବିବିଧତାର ସଂରକ୍ଷଣ ସାଙ୍ଗକୁ ମାନବ ଜୀବନକୁ କାୟମ  ରଖିବା ପାଇଁ ସେମାନଙ୍କ ପାରିସ୍ଥିତିକ ତନ୍ତ୍ର, ଘଟକ, ପ୍ରକ୍ରିୟା ଓ ଲାଭକୁ ରକ୍ଷଣାବେକ୍ଷଣା ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ। ଏ ନେଇ କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଏକ ଟ୍ୱିଟ୍‌ କରିଛନ୍ତି। ଏଥିରେ ପରିବେଶର ସୁରକ୍ଷା ଓ ରକ୍ଷଣାବେକ୍ଷଣ ଲାଗି ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱ ଯୋଗୁ ଏ ଦିଗରେ ଉଲ୍ଲେଖନୀୟ ସୁଧାର ହୋଇଥିବା ଉଲ୍ଲେଖ କରିଛନ୍ତି।

ସେ କହିଛନ୍ତି ଯେ ତାମିଲନାଡୁର କରିକିଲୀ ପକ୍ଷୀ ଅଭୟାରଣ୍ୟ, ପଲ୍ଲୀକରନେଇ ମାର୍ସ ରିଜର୍ଭ ଫରେଷ୍ଟ, ପିଚଭରମ ମ୍ୟାନଗ୍ରୋଭ ସାଙ୍ଗକୁ ମଧ୍ୟପ୍ରଦେଶର ସାକ୍ଷ୍ୟ ସାଗର ଓ ମିଜୋରାମର ପାଲା ଆର୍ଦ୍ଦଭୂମିକୁ ଏହି ସମ୍ମାନଜନକ ସୂଚୀରେ ସ୍ଥାନ ମିଳିଛି। ରାମସର ସନ୍ଧି ଆର୍ଦ୍ଦଭୂମି ସଂରକ୍ଷଣ ଓ ବୁଦ୍ଧିମାନର ସହ ଏହାର ଉପଯୋଗ ସମ୍ପର୍କିତ ଅନ୍ତର୍ଜାତୀୟ ଚୁକ୍ତି। ଏହାକୁ କାସ୍ପିଆନ ସାଗରସ୍ଥିତ ଇରାନୀ ସହର ରାମସର ନାମରେ ନାମିତ କରାଯାଇଛି। ୨ ପେବୃଆରୀ ୧୯୭୧ରେ ଏହି ସନ୍ଧି ସ୍ୱାକ୍ଷରିତ ହୋଇଥିଲା।   

   Related Posts