ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଗଜପତିର ନିଖୋଜ ୫ ଛାତ୍ର ବିଶାଖାପାଟଣା ରେଳଷ୍ଟେସନରୁ ଉଦ୍ଧାର

5/11/2019 at 12:17 PM

ଗଜପତି ୫।୧୧:  ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ଜଙ୍ଗଲପାଡୁ ଗାଁର ନିଖୋଜ ୫ ଜଣ ଛାତ୍ରଙ୍କ ପତ୍ତା ମିଳିଛି । ଆନ୍ଧ୍ରର ବିଶାଖାପାଟଣା ରେଳଷ୍ଟେସନରୁ ସେମାନଙ୍କୁ ସେଠାକାର ଚାଇଲ୍ଡଲାଇନ ଉଦ୍ଧାର କରିଥିବା ଜଣାପଡିଛି । ସେମାନଙ୍କୁ ଏକ ଶିଶୁ ଯତ୍ନ ଗୃହରେ ରଖାଯାଇଥିବା ଗଜପତି ଏସପି ସୂଚନା ଦେଇଛନ୍ତି ।

ଏନେଇ ସେମାନେ ଗଜପତି ଜିଲ୍ଲା ପ୍ରଶାସନକୁ ଜଣାଇବା ପରେ ପିଲାମାନଙ୍କ ପରିବାରକୁ ଖବର ଦିଆଯାଇଛି । ପିଲାଙ୍କୁ ଆଣିବା ପାଇଁ ଗଜପତିର ଏକ ଟିମ୍ ଆଜି ବିଶାଖପାଟଣା ଯିବ ବୋଲି ଏସପି କହିଛନ୍ତି । ଅନ୍ୟପଟେ ପିଲାଙ୍କ ପତ୍ତା ମିଳିବା ଖବର ପାଇବା ପରେ ସେମାନଙ୍କ ପରିବାର ଲୋକେ ମଧ୍ୟ ବିଶାଖପାଟଣା ଯାଇଛନ୍ତି ।

   Related Posts