ପୂର୍ବ ଶତ୍ରୁତାକୁ ନେଇ ଗୋଟିଏ ପରିବାର ୫ସଦସ୍ୟଙ୍କୁ ହତ୍ୟା !

Published By : Prameya-News7 Bureau | January 05, 2020 IST

ପ୍ରୟାଗରାଜ ୦୫।୦୧:  ଉତ୍ତରପ୍ରଦେଶର ପ୍ରୟାଗରାଜ ସ୍ଥିତ ସୌରାଓଁ ଥାନା ୟୁସୁଫପୁର ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଘର ଭିତରୁ ପାଞ୍ଚଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ପୋଲିସ ଘଟଣାସ୍ଥଳରେ  ପହଞ୍ଚି ତଦନ୍ତ ଜାରି ରଖିଛି ।

{"id":207177,"width":571,"height":321,"sizeSlug":"large"}

ସୂଚନାଯୋଗ୍ୟ ୟେ,  ୟୁସୁଫପୁର ଗାଁରେ ବିଜୟଶଙ୍କର ତ୍ବିଓାରୀ ନାମକ ଜଣେ ବ୍ୟକ୍ତି ନିଜ ପରିବାର ଓ ୩ ଜଣ ଶିଶୁଙ୍କୁ ହତ୍ୟା କରାଯାଇଛି। ରବିବାର ଦିନ ଘର ଭିତରକୁ ପରିବାରର ସମସ୍ତ ସଦସ୍ୟଙ୍କ ରକ୍ତାକ୍ତ ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ରବିବାର ରାତିରେ କେହି ଦୁର୍ବୃତ୍ତ ଘରେ ପଶି ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିବା ସନ୍ଦେହ କରାଯାଉଛି । ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଜାରି ରଖିଛି । ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକଣ୍ଡ ହୋଇଥିବା ସ୍ଥାନୀୟଲୋକ ସନ୍ଦେହ କରୁଛନ୍ତି । ତେବେ କିଏ ଓ କାହିଁକ ଏଭଳି ବିଭସ୍ତ୍ର ହତ୍ୟାକାଣ୍ଡ କରିଛି , ତାହାର ଖୋଳତାଡ ଜାରି ରଖିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.