Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ବର : ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ପଛରେ ରହିଛି ସୁଚିନ୍ତିତ ଷଡ଼ଯନ୍ତ୍ର : ନରସିଂହ ମିଶ୍ର
  • ||
  • ରାହୁଲଙ୍କ ସଦସ୍ୟତା ରଦ୍ଦ ପ୍ରସଙ୍ଗରେ କଳା ଡ୍ରେସ୍ ପିନ୍ଧି କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ
  • ||
  • ଆଉ ୧୦ ଜିଲ୍ଲାରେ ଭର୍ଚୁଆଲ୍‌ ହାଇକୋର୍ଟ, ଘୋଷଣା କଲେ ହାଇକୋର୍ଟ ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ୱର : ୧୩ ଜିଲ୍ଲାରେ ବର୍ଷିବ, ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ରାଉରକେଲାରେ ହାଇଓ୍ୱାକୁ ପିଟିଲା ବସ୍‌ : ୨ ମୃତ, ୨୫ ଆହତ
  • ||

ଭୟଙ୍କର ଅଗ୍ନିକାଣ୍ଡ : ଘରେ ନିଆଁ ଲାଗି 5 ଜଣଙ୍କର ମୃତ୍ୟୁ  

12/03/2023 at 3:22 PM

ଉତ୍ତରପ୍ରଦେଶ 12/03 :  ଉତ୍ତରପ୍ରଦେଶ କାନପୁରରେ ହୃଦୟବିଦାରକ ଘଟଣା । ଘରେ ଶୋଇଥିବା ବେଳେ ନିଆଁରେ ପୋଡି ହୋଇ ଗୋଟିଏ ପରିବାରର ୩ ପିଲାଙ୍କ ସମେତ ୫ ଜଣଙ୍କର ମୃତ୍ୟୁ । ବିଳମ୍ବିତ ରାତିରେ ଉତ୍ତରପ୍ରଦେଶ କାନପୁରର ଦେହାତ ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି।

ଚାଳ ଛପର ଘରେ ଶୋଇଥିବା ବେଳେ ହଠାତ୍ ଘରେ ସର୍ଟ ସର୍କିଟ୍ ଯୋଗୁ ନିଆଁ ଲାଗିଯାଇଥିଲା। ହେଲେ ନିଦରେ ଥିବା କାରଣରୁ କେହି କିଛି ଜାଣିପାରି ନଥିଲେ। ନିଆଁ ପୂରା ଘରକୁ କବଜା କରିବା ପରେ ପରିବାର ଲୋକଙ୍କ ନିଦ ଭାଙ୍ଗିଥିଲେ ବି ତା ଭିତରୁ ଆଉ ବାହାରିବା ସମ୍ଭବ ହୋଇ ନଥିଲା। ଫଳରେ ସ୍ୱାମୀ-ସ୍ତ୍ରୀଙ୍କ ସମେତ ୩ ଜଣ ପିଲା ଜୀବନ୍ତ ଜଳି ଯାଇଥିଲେ ।  କୌଣସି ପ୍ରକାରେ  ଜଣେ ବୃଦ୍ଧା ଓ ନବଜାତକଙ୍କୁ  ଘରୁ ବାହାରକୁ  ଆଣାଯାଇଥିଲା। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ତାଙ୍କ ଅବସ୍ଥା ଗୁରୁତର ରହିଛି।

 ଅଗ୍ନିକାଣ୍ଡ ସମୟରେ ଗାଁରେ ବାହାଘର ଭୋଜି ଚାଲିଥିଲା। ନିମନ୍ତ୍ରଣରେ ଆସିଥିବା ଲୋକମାନେ ଭୋଜି ଖାଇ ଯାଉଥିବା ବେଳେ ନିଆଁ ଲାଗିବାଥିବା ଦେଖିଥିଲେ । ଗାଁ ଲୋକ ଓ ସ୍ଥାନୀୟ ଲୋକମାନେ ମିଶି ନିଆଁକୁ ଆୟତ କରିଥିଲେ । ଅଗ୍ନିକାଣ୍ଡ ପରେ ଘଟଣାସ୍ଥଳରେ ଜିଲ୍ଲାପାଲଙ୍କ ସହ ବରିଷ୍ଠ ଅଧିକାରୀ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛନ୍ତି।

   Related Posts