ଛାରଖାର ହୋଇଗଲା ପୂରା ପରିବାର , ଘରୁ ମିଳିଲା ୫ଜଣଙ୍କ ଝୁଲନ୍ତା ମୃତଦେହ

Published By : Prameya-News7 Bureau | August 24, 2020 IST

ଭୋପାଳ ୨୪।୦୮: ଆଖିପିଛୁଲାକେ ଲିଭିଗଲା ପୁରା ସଂସାରର ଦୀପ । ଚାହୁଁ ଚାହୁଁ ଉଜୁଡିଗଲା ପୁରା ପରିବାର ।ମଧ୍ୟପ୍ରଦେଶ ସାଗର ଜିଲ୍ଲା ଟିକମଗଡ଼ ଠାରୁ ୪୦ କିମି ଦୂରରେ ଥିବା ଏକ ଗାଁରୁ ଆସିଛି ଏକ ଦୁଃଖଦ ଖବର । ଗୋଟିଏ ପରିବାରର ପାଞ୍ଚ ସଦସ୍ୟ ଫାଶୀରେ ଝୁଲୁଥିବା ମୃତଦେହ ଠାବ ହୋଇଛି । ଦୁଇଟି ଘରୁ ବାପା-ବୋଉ, ପୁଅ-ବୋହୂ ଏବଂ ଚାରି ବର୍ଷର ନାତି ରହିଛି । ମୃତକଙ୍କ ନାମ ଧରମଦାସ ସୋନି (୬୨), ପତ୍ନୀ ପୁନା (୫୫), ପୁଅ ମନୋହର (୨୭), ବୋହୁ ସୋନମ (୨୫) ଏବଂ ନାତି (୪) । ପୋଲିସ ମୁତାବିକ ପରିବାର ଜମିବାଡି ବିକ୍ରିକୁ ନେଇ ମିଳିଥିବା ଟଙ୍କାକୁ ନେଇ ବିବାଦ ହୋଇଥିଲା । ଯାହାପରେ ଏଭଳି ଘଟଣା ଘଟିଥିବା ସନ୍ଦେହ କରାଯାଉଛି ।

ରବିବାର ଦିନ ସକାଳ ସମୟରେ କ୍ଷାରବାଲା ଘରକୁ ଆସିଥିଲା । ଘର ଖୋଲିବା ପାଇଁ ବାରମ୍ବାର ବାରମ୍ବାର କବାଟ ବାଡେଇଥିଲେ, କିନ୍ତୁ କୌଣସି ଉତ୍ତର ମିଳିନଥିଲା । ଶେଷରେ ସେ ବାଧ୍ୟ ହୋଇ ନିକଟରେ ଥିବା ଧର୍ମଦାସଙ୍କ ଭାଇଙ୍କୁ ଖବର ଦେଇଥିଲା । ତେବେ ଭାଇ ଆସି ମଧ୍ୟ କବାଟ ବାଡେଇଥିଲେ, କିନ୍ତୁ ପୂର୍ବ ପରି କୌଣସି ଉତ୍ତର ମିଳିଥିଲା । ବାଧ୍ୟହୋଇ ଖରଗପୁର ଥାନାକୁ ଖବର ଦିଆଯାଇଥିଲା । ପୋଲିସ ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚି କବାଟ ଖୋଲିଥିଲେ । କବାଟ ଖୋଲିବା ପରେ ପାଞ୍ଚ ଜଣଙ୍କ ଝୁଲନ୍ତା ମୃତେଦହ ଦେଖିବାକୁ ମିଳିଥିଲା ।

ଘରର ପ୍ରଥମ ଘର ଖୋଲିବା ମାତ୍ରେ ପୁଅ ମନୋହର ସୋନି ଏକ ରଶିରେ ଝୁଲୁଥିବାର ଦେଖିବାକୁ ମିଳିଥିଲା । ସେହିପରି ନିକଟରେ ଥିବା ଆଉ ଏକ ଘରୁ ବାପା ଧର୍ମଦାସ ଓ ମା ପୁନା ଦେବୀଙ୍କ ମୃତଦେହ ଅଲଗା ଝୁଲୁଥିବାର ଦେଖିବାକୁ ମିଳିଥିଲା । ସେହି ଘରେ ମଧ୍ୟ ମନୋହରଙ୍କ ଚାରିବର୍ଷର ପୁଅର ମୃତଦେହ ପଡିରହିଥିଲା । ସେପଟେ ମନୋହରଙ୍କ ପତ୍ନୀ ସୁମନଙ୍କ ମୃତେଦହ ମଧ୍ୟ ରଶି ଝୁଲୁଥିବାର ଦେଖିବାକୁ ମିଳିଥିଲା । ଘଟଣାସମ୍ପର୍କରେ ଖବର  ପାଇଁ ଡିଆଇଜି ବିବେକ ସିଂହ ଓ ଏସ୍‌ପି ପ୍ରଶାନ୍ତ ଖେର ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍ ଜାରି ରଖିଛନ୍ତି।

ଏସ୍‌ପି ପ୍ରଶାନ୍ତଙ୍କ ଅନୁସାରେ , ପ୍ରାଥମିକ ତଦନ୍ତନୁସାରେ ଏହା ଆତ୍ମହତ୍ୟା ବୋଲି ଜଣାପଡିଛି । ତେବେ ଜମିବାଡ଼ି ବିବାଦକୁ ନେଇ ଆସିଥିବା ବିବାଦର ଯାଞ୍ଚ ଚାଲିଛି । ସଂପୃକ୍ତ ଘରକୁ ସିଲ୍‌ କରିଦିଆଯାଇଛି । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟାସତ୍ୟ ଜଣାପଡିବ । ସେପଟେ କିନ୍ତୁ ଘଟଣାକୁ ନେଇ ସ୍ଥାନୀୟଲୋକେ ଅଲଗା ପ୍ରକାରର ଆଲୋଚନା କହୁଛନ୍ତି  । କଲୋନୀଙ୍କ ଲୋକଙ୍କ ଅନୁସାରେ ୧୫ଦିନ ତଳେ ପରିବାର ଏକ ଜାଗା ବିକ୍ରି ହୋଇଥିଲା । ଯାହାର ମୁଲ୍ୟ ଏକ କୋଟି ଟଙ୍କା ମିଳିଥିଲା । ଧର୍ମଦାସ ନିଜ ଭାଇମାନଙ୍କ ମଧ୍ୟ ସମସ୍ତ ଟଙ୍କା ବାଣ୍ଟିଥିଲେ। ତେବେ ପରିବାରରେ ମଧ୍ୟ ଟଙ୍କା ବଣ୍ଟାକୁ ନେଇ ବିବାଦ ହୋଇଥିଲା । ଯାହାଫଳରେ କି ସମସ୍ତେ ଆତ୍ମହତ୍ୟା କରିଥିବା ସୂଚନା ରହିଛି ।

ସୂଚନାଯୋଗ୍ୟ ଯେ, ୧୫ଦିନ ତଳେ ପରିବାର ଏକ ଜମି ବିକ୍ରି ହୋଇଥିଲା । ଜମି ବିକ୍ରିରୁ ମିଳିଥିବା ଟଙ୍କାରୁ ନେଇ ଧର୍ମଦାସ ଓ ତାଙ୍କ ଭାଇଙ୍କ ମଧ୍ୟରେ ବଣ୍ଟା ହୋଇଥିଲା । ତେବେ ଧର୍ମଦାସଙ୍କୁ ମିଳିଥିବା ଟଙ୍କାକୁ ନେଇ ପରିବାର ମଧ୍ୟରେ ବିବାଦ ହେଉଥିଲା ।  ଧର୍ମଦାସଙ୍କ ପୁଅ ମନୋହର ଏକ କମ୍ପ୍ୟୁଟରରେ କାମ କରୁଥିଲେ । କିଛି ଦିନ ତଳେ ୬ଲକ୍ଷ ଟଙ୍କା ମୁଲ୍ୟରେ ଏକ ଦୋକାନ କିଣିଥିଲା । କିନ୍ତୁ ମନୋହର ଘର କରିବା ପାଇଁ ଚାହୁଁଥିଲେ । ଯାହାକୁ ନେଇ ପରିବାର ମଧ୍ୟରେ ପାଟିତୁଣ୍ଡ ଆରମ୍ଭ ହୋଇଥିଲେ । ଏହାପରେ ପୂରା ପରିବାର ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.