ମାଟ୍ରିକ୍ ପରୀକ୍ଷା ଦେଇ ଫେରୁଥିବା ବେଲେ ଆକ୍ରମଣ, ୫ ଛାତ୍ର ଆହତ
18/03/2023 at 3:53 PM

ସାଲେପୁର ୧୮।୩: କଟକ ଜିଲ୍ଲା କିଶନନଗର ଥାନା ଅନ୍ତର୍ଗତ ପ୍ରହରାଜପୁର ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ମାଟ୍ରିକ୍ ପରୀକ୍ଷା ଦେବା ପାଇଁ ଇସାଣିବ୍ରହ୍ମପୁର ହାଇସ୍କୁଲକୁ ଯାଇଥିଲେ । ପରୀକ୍ଷା ଦେଇସାରି ଘରକୁ ଫେରୁଥିବା ବେଳେ ପୂର୍ବରୁ ସାଇଡ୍ ମରା ଘଟଣାକୁ କେନ୍ଦ୍ରକରି କିଛି ଦୁର୍ବୃତ୍ତ ସଂଘବଧ ଭାବେ ରଡ୍, ବାଉଁଶରେ ସ୍କୁଲ ଛାତ୍ରଙ୍କୁ ଆକ୍ରମଣ କରିଥିଲେ । ଫଳରେ ୫ ଜଣ ଛାତ୍ର ଆହତ ହୋଇଛନ୍ତି । କିଶନନଗର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଉଛି । ଅନ୍ୟପଟେ ଏହି ଘଟଣାକୁ ନେଇ ପ୍ରହରାଜପୁରରେ ଉତ୍ତେଜନା ଦେଖାଦେଇଥିଲା । ଘଟଣାସ୍ଥଳରେ କିଶନନଗର ପୋଲିସ ପହଞ୍ଚି କିଛି ଯୁବକଙ୍କୁ ଅଟକ ରଖି ତଦନ୍ତ ଚଳାଇଛି ।
Related Posts
ଗଞ୍ଜେଇ ବୋଝେଇ ପିକ୍ଅପ୍କୁ ମାଡି ବସିଲା ପୋଲିସ, ମାଫିଆ ଫେରାର
22 March 2023