ଲୁଟେରା ଗ୍ୟାଙ୍ଗ୍‌ର ମହିଳା ସଦସ୍ୟଙ୍କ ସମେତ ୫ଗିରଫ, ଗାଡି ଡିକି ଭାଙ୍ଗି କରୁଥିଲେ ଲୁଟ୍

Published By : Prameya-News7 Bureau | November 30, 2019 IST

ବଲାଙ୍ଗୀର ୩୦।୧୧: ବ୍ୟାଙ୍କରୁ ଟଙ୍କା ଉଠାଇ ଫେରିବେ ବେଳେ କରୁଥିଲେ ଲୁଟ୍। ଗାଡି ଡିକିରେ ଟଙ୍କା ରଖି ଯାଉଥିବା ବେଳେ ଗାଡି ଡିକି ଭାଙ୍ଗି ଲୁଟି ନେଉଥିଲେ ଲୁଟେରା । ତେବେ ଏଭଳି କିଛି ଲୁଟେରା ଗ୍ୟାଙ୍ଗକୁ ଗିରଫ କରିଛି ବଲାଙ୍ଗୀର ପୋଲିସ। ମୁରିବାହାଲ, ସଇଁନ୍ତଳା, ଟିଟିଲାଗଡ କଣ୍ଟାବାଞ୍ଜି  ଅଞ୍ଚଳରେ ଦୀର୍ଘ ୧୫ ଦିନ ହେଲା ବ୍ୟାଙ୍କରୁ ଟଙ୍କା ନେଇ ଫେରୁଥିବା ଲୋକଙ୍କୁ ପିଛା କରିବା ସହ ସେମାନଙ୍କ ଡିକି ଭାଙ୍ଗି ଲୁଟ୍ କରୁଥିଲେ । ଏହାକୁ ନେଇ ଟିଟିଲାଗଡ, ମୁରିବାହାଲ , ସଇଁନ୍ତଳା ଥାନାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ପୋଲିସ।

{"id":192075,"sizeSlug":"large"}

ଏନେଇ ୪ ଜଣ ପୁରୁଷଙ୍କ ସହ ଜଣେ ମହିଳାଙ୍କୁ ଗିରଫ କରିଛି ବଲାଙ୍ଗୀର ପୋଲିସ। ତେବେ ସେମାନେ ହେଲେ ଗଞ୍ଜାମ ଆସ୍କାର ବାବୁଲା ଦାଶ, ଏ ଶିବା, ଏ ସନ୍ତୋଷ, ଡି ଗାନ୍ଧି ଓ ସୁମତି ଦାଶ ଗଙ୍ଗା ମହିଳା । ୪ ଜଣ ଯୁବକ ଏମାନେ ଲୁଟ୍ କରୁଥିବା ବେଳେ ମହିଳା ଜଣଙ୍କ ଘରେ ରଖି ସହଯୋଗ କରୁଥିଲେ। ଏମାନଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଏମାନଙ୍କଠାରୁ ଦୁଇଟି ବାଇକ୍, ଗିଡି ଭାଙ୍ଗୁଥିବା ଦୁଇଟି ଲୁହା ଟି , ୧୧ ଟି ମୋବାଇଲ ଓ ୧୯ ହଜାର ୭ ଶହ ନଗଦ ଟଙ୍କା ଜବତ କରିଛି ।

{"id":192076,"sizeSlug":"large"}

୫-ଟି କେସରେ ପାଖାପାଖି ୫ଲକ୍ଷରୁ ଅଧିକ ଟଙ୍କା ଲୁଟ୍ ହୋଇଛି । ତେବେ ତଦନ୍ତ ଜାରି ରଖିଥିବା ବେଳେ ଏ ରାକେଟରେ ଆଉ କିଏ କିଏ ସାମିଲ ଅଛନ୍ତି ସେମାନଙ୍କୁ ଧରିବା ପାଇଁ ଏକ ସ୍ବତନ୍ତ୍ର ଟିମ୍ ଗଠନ କରିଥିବା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବଲାଙ୍ଗୀର ଏସପି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.