ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ରାଉରକେଲାରେ ହାଇଓ୍ୱାକୁ ପିଟିଲା ବସ୍‌ : ୨ ମୃତ, ୨୫ ଆହତ
  • ||

ଫିଲ୍ମ ଷ୍ଟାଇଲ୍‌ରେ ଅପହରଣ ଅଭିଯୋଗ, ପୋଲିସ ହାବୁଡରେ ପଡିଲେ ୫ ଅପହରଣକାରୀ

16/03/2023 at 3:51 PM

ସାନଖେମୁଣ୍ଡି ୧୬।୩: ଫିଲ୍ମ ଷ୍ଟାଇଲରେ ଅପହରଣ ବେଳେ ପୋଲିସ ହାବୁଡ଼ରେ ପଡ଼ିଲେ ୫ ଜଣ ଅପହରଣକାରୀ । ବୁଧବାର ରାତି ସମୟରେ କେ.ନୂଆଁଗା ଥାନା ଲକ୍ଷ୍ମୀପୁରର ଜିତେନ୍ଦ୍ର ପ୍ରଧାନଙ୍କୁ କିଛି ଦୁର୍ବୃତ୍ତ ଜୋର ଜବରଦସ୍ତି ଘରୁ ଉଠାଇ ନେଇ ଓଆର୦୭ଇ୭୬୬୬ ନମ୍ବର ଏକ କାରରେ ଅପହରଣ କରି ନେଇ ଯାଉଥିଲେ । ସେହି ସମୟରେ ଚିତ୍କାର ଶୁଣି ଲକ୍ଷ୍ମୀପୁରର ଜିତେନ୍ଦ୍ରଙ୍କ ସମ୍ପର୍କୀୟ ସ୍ଥାନୀୟ ଲୋକଙ୍କ ସହ ବାଇକ୍ ଯୋଗେ ଗୋଡାଇଥିଲେ । ଏହାସହ ପୋଲିସ ବାଇକ୍ ଏବଂ ପୋଲିସ ଭ୍ୟାନ୍ ଯୋଗେ ଅପହଣକାରୀଙ୍କୁ ଗୋଡ଼ାଇ ଥିଲେ ।

ଅପହରଣକାରୀଙ୍କୁ ଅଟକାଇବା ବେଳେ ଜଣେ କାର୍ଯ୍ୟରତ ପୋଲିସ ଏଏସଆଇ ବିଘ୍ନରାଜ ଦାସ ଆହତ ହୋଇଛନ୍ତି । ଏହି ଘଟଣାରେ ପୋଲିସ ୫ଜଣଙ୍କୁ ଗିରଫ କରିବା ସହ ଦୁଇଟି ମାମଲା ରୁଜୁ କରି ତଦନ୍ତ ଚଳାଇଛି । ୫ ଅଭିଯୁକ୍ତ ଲାଲମେଣ୍ଟା ଗ୍ରାମର ବୋଲି ସୂଚନା ମିଳିଛି । କାର୍ ଜବତ କରିଛି ପୋଲିସ ।

   Related Posts